fbpx

ଆରବ ସାଗର ମଧ୍ୟରେ ନଜର ଆସିଲା ରହସ୍ୟମୟ ଅଣ୍ଡର ୱାଟର୍ ଦ୍ୱୀପ

କୋଚି: କେରଳର କୋଚି ସହରର ପଶ୍ଚିମତଟସ୍ଥ ଆରବ ସାଗରରେ ଏକ ବିନ୍ ମଞ୍ଜି ଆକାରର ଏକ ଦ୍ୱୀପ ଠାବ ଳକରାଯାଇଛି । ଯାହା ଖୁବ୍ ରହସ୍ୟମୟ ଲାଗୁଛି । ଏହାକୁ ଗୁଗୁଲ ମ୍ୟାପ ଜରିଆରେ ଠାବ କରାଯାଇଥିବା ବେଳେ ଏହା ଏକ ଅଣ୍ଡରୱାଟର୍ ଦ୍ୱୀପ ବୋଲି କୁହାଯାଉଛି । ତେବେ ଏହି ଦ୍ୱୀପର ଖୁଲାସା ଗୁଗୁଲ ମ୍ୟାପର ସାଟେଲାଇଟ୍ ଇମେଜ୍ ଜରିଆରେ ହୋଇଛି । ଯାହା ଉପରେ ଆଗାମୀ ଦିନରେ ରିସର୍ଚ୍ଚ କରାଯିବ ବୋଲି ଆଲୋଚନା ହେଉଛି । ଏହା ପଶ୍ଚିମ କୋଚିର ପ୍ରାୟ ଅଧା ଆକାର ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି । ବିଶେଷଜ୍ଞ ମାନେ ଏହାର କୌଣସି ଦୃଶ୍ୟମାନ ସଂରଚନା ନପାଇ ଆଶ୍ଚର୍ଯ୍ୟ ହୋଇଚନ୍ତି । ସେହିପରି ଏହାକୁ ନେଇ କେରଳ ମତ୍ସ୍ୟ ଓ ମହାସାଗର ବିଶ୍ୱବିଦ୍ୟାଳୟ(କେୟୁଏଫଓଏସ୍) ର ଅଧିକାରୀ ମାନେ ଏହାର ଅନୁସନ୍ଧାନ କରିବାକୁ ଯୋଜାନା ପ୍ରସ୍ତୁତ କରିଛନ୍ତି ।

ରିପୋର୍ଟ ମୁତାବକ, ପ୍ରଥମେ ଚେଲନମ୍ କାର୍ଶିକା ଟୁରିଜିମ୍ ଡେଭଲମେଣ୍ଟ ସୋସାଇଟି ନାମକ ଏକ ସଂଗଠନର ଅଧ୍ୟକ୍ଷ କେଏକ୍ସ ଜୁଲପ୍ପନ ନିଜର ଏକ ଫେସବୁକ୍ ପୋଷ୍ଟରେ ଗୁଗୁଲ ମ୍ୟାପରୁ ଏହି ଦ୍ୱୀପର ସାଟେଲାଇଟ୍ ଇମେଜ୍ କୁ ସେୟାର୍ କରିଥିଲେ । ମ୍ୟାପକୁ ଆଧାର କରି ସେ କହିଛନ୍ତି ଯେ, ଏହି ଦ୍ୱୀପର ଲମ୍ବ ୮କିମି ଏବଂ ଚଉଡ଼ା ୩ କିମି ହେବ । କୋଚି ତଟରୁ ଏହା ପ୍ରାୟ ୭ କିମି ଦୂର ହେବ ବୋଲି ଆଶଙ୍କା କରାଯାଉଛି । ଏହି ଇମେଜ୍ ସାମନାକୁ ଆସିବା ପରେ ସଂଗଠନ ପକ୍ଷରୁ କେରଳ ମତ୍ସ୍ୟ ଓ ମହାସାଗର ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କୁ ଚିଠି କରାଯାଇଥିଲା ।

କେୟୁଏଫଓଏସ୍ ର କୁଳପତି କେ ରିଜି ଜନ୍ କହିଛନ୍ତି, ଏହି ଘଟଣାକୁ ନେଇ ଖୁବ୍ ଶୀଘ୍ର ତଥ୍ୟ ପ୍ରକାଶ କରାଯିବ । ଗୁଗୁଲ ମ୍ୟାପ୍ ରୁ ଦେଖିଲେ ଏହା ପାଣି ଭିତରେ ଥିବା କୌଣସି ଦ୍ୱୀପ ସଦୃଶ ନଜର ଆସୁଛି । ଆହୁରି ମଧ୍ୟ ଏହାର ଏକ ନିର୍ଦ୍ଦିଷ୍ଟ ଆକାର ମଧ୍ୟ ରହିଛି । ତେବେ ଏହା କିପରି ତିଆରି ହୋଇଛି ତାହା ଜଣାପଡିନାହିଁ । ଏହି ସବୁ ଦିଗକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ରିସର୍ଚ୍ଚ କରାଯାଉଛି । ଅନୁସନ୍ଧାନ ନ ସରିବା ପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ ରୂପେ କହି ହେବ ନାହିଁ ବୋଲି କହିଛନ୍ତି କୁଳପତି ।

Get real time updates directly on you device, subscribe now.