fbpx

ଶବ ନେଇ ପ୍ରଦର୍ଶନ କରିଲେ ମିଳିବ ଦଣ୍ଡ ….. ଏହି ରାଜ୍ୟରେ ପାସ ହେଲା ବିଲ

ନୂଆଦିଲ୍ଲୀ : ରାଜସ୍ଥାନର ଅଶୋକ ଗହଲୋତର ସରକାର ବିଧାନସଭାରେ ଏକ ନୂତନ ବିଲ ପାସ କରିଲେ । ଏହି ବିଲରେ ଲେଖା ଯଅଇଛି ଯେ, ଯଦି କୌଣସି ବ୍ୟକ୍ତି କାହାର ଶବକୁ ରଖି ବିରୋଧ ପଦର୍ଶନ କରନ୍ତି, ତେବେ ଏପରି କରିବା ଦ୍ୱାରା ତାଙ୍କୁ ଜେଲ ଜିବାକୁ ପଡିବ ।

ସୂଚନା ଅନୁସାରେ, ସରକାର ଏକ ବିଲ ପାସ କରିଛନ୍ତି ଯେଉଁଥିରେ ଲେଖା ଅଛି ଯେ, କୌଣସି ବ୍ୟକ୍ତି ଶବକୁ ରଖି ବିରୋଧ ପ୍ରଦର୍ଶନ କରି ପାରିବେ ନାହିଁ । ଏନେଇ ଶାନ୍ତି ଧାରୀବାଲ କହିଲେ ଯେ, ସରକାର ଏହି ବିଲ ପାସ କରିବାର କାରଣ, କିଛି ଲୋକ ଶବକୁ ରଖି ଅଯଥା ଦାବି କରୁଛନ୍ତି ଏବଂ ଏଭଳି ମାମଲା ଧିରେ ଧିରେ ବଢିବାରେ ଲାଗିଛି । ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ପରିବାରର ସଦଶ୍ୟ ଶବକୁ ନେବା ପାଇଁ ନାହିଁ କରି ଦେଉଛନ୍ତି ଏବଂ ପରିବାରର ସଦଶ୍ୟ ସରକାରୀ ଚାକିରିର ଦାବି କରୁଛନ୍ତି ।

ପରିବାରର ସଦଶ୍ୟ ବ୍ୟତୀତ ଯଦି ଅନ୍ୟ ବ୍ୟକ୍ତି ନ୍ୟାୟର ଦାବି କରୁଛନ୍ତି ତେବେ ତାହାକୁ ୬ ମାସର ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହା ସହ ଜୋରିମନା ମଧ୍ୟ ଦବାକୁ ପଢିବ । ଯଦି ଆପଣ ଶବ ନେବାରେ ନାହିଁ କରନ୍ତି, ତେବେ ଏକ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ ହେବେ ।

Get real time updates directly on you device, subscribe now.