fbpx

ସୁର ଭାଇ ବୁଲିଲେ ବସ୍ତି, ବ୍ଲିଚିଙ୍ଗ ଶହ ମଶା ତେଲ ଢାଳିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ବ୍ୟାପିଲାଣି ଡେଙ୍ଗୁ । ଗୋଟିଏ ପଟେ କରୋନା ଭୟ ସାମାନ୍ୟ କମିଥିବାବେଳେ ତୃତୀୟ ଲହର ଆଶଙ୍କା ରହିଛି । ଏପଟେ ଡେଙ୍ଗୁ ପାଇଁ ଚିନ୍ତା ବଢ଼ି ଯାଇଛି । ଏନେଇ ସରକାରଙ୍କ ଦାୟିତ୍ୱହୀନତାକୁ ସମାଲୋଚନା କରିବା ସହ ପୁରୁଣା ବିଧାନସଭା ପାଖ ପଟେଲ ବସ୍ତି ଅଞ୍ଚଳରୁ କଂଗ୍ରେସ ଆରମ୍ଭ କରିଛି ଡେଙ୍ଗୁ ସଚେତନ ଅଭିଯାନ । ଏଥିରେ ସାମିଲ୍ ହୋଇଛନ୍ତି ବରିଷ୍ଠ ବିଧାୟକ ସୁର ଭାଇ ।

ରାଜ୍ୟ ସରକାର ଓ ବିଏମସିର ଖାମଖିଆଲ ମନୋଭାବ ଓ ଅପାରଗତା ଯୋଗୁଁ ବର୍ତ୍ତମାନ ସମୟରେ ଡେଙ୍ଗୁ ସାରା ଭୁବନେଶ୍ୱରରେ କାୟା ବିସ୍ତାର କରିସାରିଲାଣି । ଏଥିରେ ଲୋକ ଆକ୍ରାନ୍ତ ହେବା ସହ କେତେକଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏଣୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଅନେକ ବସ୍ତି ଅଞ୍ଚଳ ବୁଲି ବ୍ଲିଚିଙ୍ଗ ପାଉଡର ଶହ ମଶାତେଲ ପକେଇଛନ୍ତି କଂଗ୍ରେସ ନେତା-କର୍ମୀ । ଏଥିରେ ସାମିଲ୍ ହୋଇ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ମଧ୍ୟ ବ୍ଲିଚିଂ ପକାଇଥିଲେ । ଏଭଳି ଅଭିଯାନ ଆଗକୁ ଜାରି ରହିବ ବୋଲି ବିଧାୟକ ଶ୍ରୀ ରାଉତରାୟଙ୍କ ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପପତି ବିଶ୍ୱଜିତ ଦାଶ କହିଛନ୍ତି ।

Get real time updates directly on you device, subscribe now.