fbpx

ରାଜ୍ୟରେ ଡେଙ୍ଗୁ ଆତଙ୍କ: ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଏହି ସ୍ଥାନରେ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟକୁ ଡେଙ୍ଗୁ ଭୟ ଘାରିଛି । ଚଳିତ ବର୍ଷ ଡେଙ୍ଗୁରେ ଅନେକ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଥିଲେ ହେଁ ସରକାରୀ ଭାବେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇ ନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ହେଲେ ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧମପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ଜୀବନ ଯାଇଥିବା ଏକ ଘରୋଇ ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ।

ସ୍ୱର୍ଗତ ଝିଙ୍ଗିଆଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଖୋର୍ଦ୍ଧା ସିଡିଏମ୍ଓଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ ହୋଇଛି । ଏହି ଟିମ୍ ରୋଇ ହସ୍ପିଟାଲ୍ ଯାଇ ସମସ୍ତ ରିପୋର୍ଟ ଯାଞ୍ଚ କରିବା ଆରମ୍ବ କରିଛି । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରହୁଥିବା ଲୁମ୍ବିନୀ ବିହାରକୁ ଟିମ୍ ଯାଇ ଡେଙ୍ଗୁ ସମ୍ପର୍କିତ ମଶା ସ୍ଥିତି ଯାଞ୍ଚ ମଧ୍ୟ କରିଛି ।

ରାଜ୍ୟରେ ଡେଙ୍ଗୁ ପୀଡ଼ିତଙ୍କ ସଂଖ୍ୟା ୨୦୭୨ରେ ପହଞ୍ଚିଲାଣି । ଡେଙ୍ଗୁ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସ୍ଥିତି ସଙ୍ଗିନ ରହିଛି । ଖୋର୍ଦ୍ଧାରେ ୫୩୭ ଜଣ ଡେଙ୍ଗୁ ରୋଗୀ ଥିବା ବେଳେ ରାଜଧାନୀରେ ୪୦୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରେ ରୋଗୀଙ୍କ ସଂଖ୍ୟା ୫୭୦ ଏବଂ ରାଉରକେଲାରେ ୪୦୦ ପାର ରହିଛି । ଏହି ଦୁଇଟି ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.