fbpx

ମାସକୁ ୫ ହଜାର ଜମା କରନ୍ତୁ, ହୋଇଯିବେ କୋଟିପତି… ଜାଣି ରଖନ୍ତୁ ଏହି ଦମଦାର ଫର୍ମୁଲା

Advertisement

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରରୁ କିଛି ନା କିଛି ସେଭିଙ୍ଗ କରିଥାନ୍ତି । ଏହି ସଞ୍ଚୟକୁ ଲୋକମାନେ ଏମିତି ଜାଗାରେ ନିବେଶ କରିବାକୁ ଚାହାନ୍ତି, ଯେଉଁଥିରେ ଦମଦାର ରିଟର୍ଣ୍ଣ ମିଳିପାରିବ । ଏହାମଧ୍ୟରେ ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ ବା ଏସଆଇପି ବେଶ୍ ଲୋକପ୍ରିୟ ହୋଇପାରିଛି । ଏଥିରେ ପ୍ରତି ମାସ ହେଉଥିବା ନିବେଶ ଲଙ୍ଗ ଟର୍ମରେ ନିବେଶକମାନଙ୍କୁ ଭଲ ରିଟର୍ଣ୍ଣ ଦେଇଥାଏ । ଏଥିରେ ନିବେଶ କରିବାର ଏକ ଦମଦାର ଫର୍ମୁଲା ମଧ୍ୟ ରହିଛି, ଯାହାଦ୍ୱାରା ପ୍ରତି ମାସ ୫୦୦୦ ଟଙ୍କା ଜମା କରି ଗ୍ରାହକ କୋଟିପତି ହୋଇପାରନ୍ତି ।

କୋଟିପତି ହେବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି, କିନ୍ତୁ ସମସ୍ତଙ୍କ ସ୍ୱପ୍ନ ସାକାର ହୋଇନଥାଏ । ତେବେ ଉଚିତ ଭାବରେ ସଞ୍ଚୟ ଏବଂ ନିବେଶ କରାଗଲେ, ଏହା ସମ୍ଭବ ହୋଇପାରେ । ଏହି କ୍ଷେତ୍ରରେ ଏସଆଇପି ଇନଭେଷ୍ଟମେଣ୍ଟ ଆପଣଙ୍କୁ ଖୁବ ସାହାଯ୍ୟ କରିପାରେ । ଏଥିରେ ଟଙ୍କା ନିବେଶ କଲେ ଦମଦାର ରିଟର୍ଣ୍ଣ ମିଳିଥାଏ । କୋଟିପତି ହେବାର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରତି ମାସ ୫,୪୦୦ ଟଙ୍କାର ଏସଆଇପି କରିବାକୁ ହୁଏ ଏବଂ ୨୦ ବର୍ଷ ପର୍ଯ୍ୟନ୍ତ ଏହାକୁ ଜାରି ରଖିବାକୁ ପଡ଼ିବ । ଏହା ଏକ ଲଙ୍ଗ ଟର୍ମ ପ୍ଲାନ ହୋଇଥାଏ ଏବଂ ଦୀର୍ଘ ସମୟରେ ଏହା ଗ୍ରାହକଙ୍କୁ ବେଶ୍ ସୁନ୍ଦର ରିଟର୍ଣ୍ଣ ମଧ୍ୟ ଦେଇଥାଏ । ଏହାବ୍ୟତୀତ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପ୍ଲାନ ଜାରି ରଖିଲେ ଏଥିରେ କମ୍ପାଉଣ୍ଡିଙ୍ଗର ଲାଭ ମଧ୍ୟ ମିଳିଥାଏ । ଏହା ଆପଣଙ୍କ ଜମା ଫଣ୍ଡରେ ବୃଦ୍ଧି କରିବ ।

ଏହି ପ୍ଲାନ୍ ଅନୁସାରେ ଜଣେ ଗ୍ରାହକଙ୍କୁ ମାସିକ ୫,୪୦୦ ଟଙ୍କା ଏସଆଇପି ବିନିଯୋଗ ଆରମ୍ଭ କରିବାକୁ ପଡିବ । ଅର୍ତାତ୍ ଗୋଟିଏ ବର୍ଷରେ ୬୪,୮୦୦ ଟଙ୍କା ଏବଂ ୨୦ ବର୍ଷରେ ୧୨,୯୬,୦୦୦ ଟଙ୍କା ଜମା କରିବେ ଗ୍ରାହକ । ଯଦି ଆପଣ ୧୨ ପ୍ରତିଶତ ହାରରେ ମଧ୍ୟ ଏହା ଉପରେ ସୁଧ ପାଆନ୍ତି, ତେବେ ଏହି ସମୟ ମଧ୍ୟରେ ଆପଣଙ୍କ ପାଣ୍ଠି ଏସଆଇପି କାଲକୁଲେଟର ଅନୁଯାୟୀ ୫୩,୯୫,୩୯୯ ଟଙ୍କା ହେବ ।

ସେହିପରି ଯଦି ଏହି ନିବେଶ ପରିମାଣକୁ ଗ୍ରାହକ ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି କରି ୨୦ ବର୍ଷ ପର୍ୟ୍ୟନ୍ତ ଜାରି ରଖନ୍ତି, ତେବେ ଗୋଟିଏ ବର୍ଷ ପରେ ମାସିକ ୫,୯୪୦ ଟଙ୍କା, ତୃତୀୟ ବର୍ଷରେ ଏହା ୬,୫୩୪ ଟଙ୍କା ହେବ । ପରବର୍ତ୍ତୀ ବର୍ଷରେ ଏହା ୭,୧୮୭ କୁ ବୃଦ୍ଧି ହେବା ସହିତ ବିନିଯୋଗ ମଧ୍ୟ ବୃଦ୍ଧି ପାଇବ ଏବଂ ଏଥିରେ ପ୍ରାପ୍ତ ସୁଧରେ ମଧ୍ୟ ବୃଦ୍ଧି ହେବ । ବାର୍ଷିକ ଆପଣଙ୍କର ଏସଆଇପିକୁ ୧୦% ବୃଦ୍ଧି କରି, ଆପଣ ୨୦ ବର୍ଷ ପରେ ୧ କୋଟିରୁ ଅଧିକ ଟଙ୍କା ପାଇପାରିବେ ।

Get real time updates directly on you device, subscribe now.