fbpx
BSKY
BJD MC SKY
BJD MS SKY

ବାଇକ ଉପରେ ଛିଡ଼ା ହୋଇ କରୁଥିଲେ ଷ୍ଟଣ୍ଟ, ନେଉଥିଲେ ସେଲ୍ଫି, ତା’ପରେ ହେଲା ଏମିତି

ଆଜିକା ଯୁବପୀଢ଼ିଙ୍କ ମଧ୍ୟରେ ଇଣ୍ଟରନେଟରେ ଫେମସ୍ ହେବା ଖୁବ୍ ପସନ୍ଦ । ସେଲଫି ନେବା, ରିଲ୍ସ ବନାଇବାକୁ ଖୁବ୍ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଆଉ ଏହି ସେଲଫି, ଭିଡିଓ ନେବା ପାଇଁ ସେମାନେ ବିଭିନ୍ନ ତରିକା ମଧ୍ୟ ଆପଣାଉଛନ୍ତି । କିନ୍ତୁ ବେଳେବେଳେ ଏହି ତରିକା ଭାରି ପଡ଼ୁଛି । ଅନେକ ସମୟରେ ତ’ ସେଲଫି ନେବା ବେଳେ ଅନେକଙ୍କ ଜୀବନ ମଧ୍ୟ ଗଲାଣି । ତେବେ ଏହି ସେଲଫିକୁ ନେଇ ଏକ ଭିଡିଓ ଏବେ ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଯାହାକୁ ଦେଖିଲେ ଆପଣ ନିଶ୍ଚୟ ହସିବାକୁ ବାଧ୍ୟ ହେବେ ।

ଭିଡିଓରେ ଦେଖାଯାଉଛି ଯେ ସେଲଫି ଭିଡିଓ ପାଇଁ ଦୁଇ ଯୁବକ ଚଳନ୍ତା ବାଇକ ଉପରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି, ଆଉ ତାହାବି ବାଇକ୍ ଉପରେ ଛିଡ଼ା ହୋଇ । ଭିଡିଓରେ ଦେଖାଯାଉଛି ବାଇକ ଖୁବ୍ ସ୍ପୀଡରେ ଚାଲୁଛି ଜଣେ ଯୁବକ ପଛ ପଟକୁ ମୁହଁ କରି ବସିଛନ୍ତି ଏବଂ ଆଉ ଜଣେ ଯୁବକ ବାଇକ ଉପରେ ଛିଡ଼ା ହୋଇ ସେଲଫି ଭିଡିଓ ନେଉଛନ୍ତି । ଆଉ ଏହି ସମୟରେ ହଠାତ୍ ଉଭୟ ଭାରସାମ୍ୟ ହରାଉଛନ୍ତି ଏବଂ ଜଣେ ତଳେ ପଡ଼ିଯାଉଛନ୍ତି ଆଉ ଅନ୍ୟ ଜଣେ ଯୁବକ ବାଇକ ସହ ରୋଡ୍ ପାଶ୍ୱର୍ରେ ଥିବା ବୁଦା ଭିତରକୁ ପଶିଯାଉଛନ୍ତି ।

ଏହି ଭିଡିଓଟି ଦେଖି ହସ ଲାଗିଲେ ବି ପ୍ରକୃତରେ ଏହା ବେଶ୍ ବିପଦପୂର୍ଣ୍ଣ, ଦେଖିଲେ ଆପଣ ବି ଡରିଯିବେ । କିନ୍ତୁ ଆଜିର ଯୁବପିଢ଼ୀ ଏଭଳି ସେଲଫି, ଭିଡିଓ ପାଇଁ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାକୁ ମଧ୍ୟ ପଛାଉନାହାଁନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Bhutni_ke (@bhutni_ke_memes)

Get real time updates directly on you device, subscribe now.