fbpx

(Video) କାଚ ଖଣ୍ଡରେ ପ୍ରସ୍ତୁତ ଡ୍ରେସ ପିନ୍ଧିଲେ ଉର୍ଫି ଜାଭେଦ: ଲୋକେ କହିଲେ- ଜୋତା ଓ କଂସାରେ କେବେ ପିନ୍ଧିବ?

ନୂଆଦିଲ୍ଲୀ: ଛୋଟ ପରଦାର ହଟ ସାଇରନ ଉର୍ଫି ଜାଭେଦ ନିଜର ଅତରଙ୍ଗୀ ଡ୍ରେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ପ୍ଲାଷ୍ଟିକରୁ ନେଇ ସେଫ୍ଟିପିନ୍ ପର୍ଯ୍ୟନ୍ତ, ଉର୍ଫି ସବୁଥିରେ ନିଜ ଡ୍ରେସ ତିଆରି କରି ପିନ୍ଧୁଛନ୍ତି । କିନ୍ତୁ ଏଥର ଉର୍ଫି ଯେଉଁ ଡ୍ରେସ୍ ପିନ୍ଧିଛନ୍ତି, ତା ବିଷୟରେ ଆପଣ କେବେ ବି ଭାବିପାରିବେ ନାହିଁ ।

ତେବେ ଉର୍ଫିଙ୍କ ନୂଆ ଭିଡିଓରେ ତାଙ୍କ ଡ୍ରେସକୁ ଦେଖି ଆପଣଙ୍କ ବି ମୁଣ୍ଡ ବୁଲାଇବ । କାହିଁକି ନା ଏଥର ଅଭିନେତ୍ରୀ ଜଞ୍ଜିର ବା ତାଲାରେ ନୁହେଁ, ବରଂ କାଚ ଖଣ୍ଡରେ ପ୍ରସ୍ତୁତ ଡ୍ରେସ ତିଆରି କରି ସେ ପିନ୍ଧିଛନ୍ତି ।

ଉର୍ଫି ଜାଭେଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କାଚ ଖଣ୍ଡରେ ତିଆରି ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ନିକଟରେ ଇର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୩ ମିଲିୟନ ଫଲୋଅର୍ସ ହୋଇଛନ୍ତି, ଯାହାର ଖୁସିରେ ସେ ପାର୍ଟି କରିଥିଲେ । ଏହି ପାର୍ଟିରେ ଉର୍ଫି ଡ୍ୱାଇଟ ଡିଜାଇନ୍ ବ୍ରାଲେଟ ସହ ହ୍ୱାଇଟ୍ ମିନି ସ୍କର୍ଟ ପିନ୍ଧିଥିଲେ ।

କାଚ ଖଣ୍ଡରେ ପ୍ରସ୍ତୁତ ମିନି ଡ୍ରେସକୁ ଉପରେ ପକାଇଥିଲେ ଉର୍ଫି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି କାଚ ଡ୍ରେସର ଓଜନ ୨୦ କିଲୋଗ୍ରାମ । ଏପରି ଡ୍ରେସ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଏଥିରେ ଆହତ ହେବାର ସମ୍ଭାବନା ଥିବାରୁ କେତେ ଲୋକ ଚିନ୍ତା ପ୍ରକାଶ କରିଥିଲେ । ଅନ୍ୟପଟେ କିଛି ଲୋକ ଏହାକୁ ନେଇ ଟ୍ରୋଲ କରିଥିଲେ । ଜୋତା ଓ ବାସନ କୁସନରେ କେବେ ଡ୍ରେସ କରି ପିନ୍ଧୁଛ ବୋଲଇ କେତେକ ୟୁଜର୍ସ ଉର୍ଫିଙ୍କୁ ପଚାରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

 

Get real time updates directly on you device, subscribe now.