(VIDEO)‘ଦବଙ୍ଗ ମା’କୁ ସିଘଂମ ବେଟା’, ରାଜରାସ୍ତାରେ ମା’ପୁଅର ରେସ୍‌, ଫେଲ ମାରିବେ ଫର୍ମୁଲା ୧ ଡ୍ରାଇଭର

'ଦେଶୀ' ମହିଳା କୋଟି କୋଟି ଟଙ୍କାର ପୋର୍ସ କାର ଚଲାଉଛନ୍ତି

ନୂଆଦିଲ୍ଲୀ: ବେଳେ ବେଳେ ସୋସିଆଲ ମିଡିଆରେ ଏପରି ଭିଡିଓ ଦେଖିବାକୁ ମିଳେ ଯାହାକୁ ବିଶ୍ୱାସ କରିବା ହୋଇପଡ଼େ କଷ୍ଟକର। ଆଜିକାଲି ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ‘ଦେଶୀ’ ମହିଳା କୋଟି କୋଟି ଟଙ୍କାର ପୋର୍ସ କାର ଚଲାଉଥିବାର ଦେଖିବାକୁ ମିଳୁଛି।

ମଜାଦାର କଥା ହେଉଛି ସେ ତାଙ୍କ ପୁଅ ସହିତ ଏହି ରେସ୍ ଲଗାଉଛନ୍ତି। ଯିଏ ଫର୍ଚୁନର ଚଲାଉଛି। ଜଣେ ମାଆ ତାଙ୍କ ପୁଅ ସହିତ କାର ରେସିଂ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଲୋକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।

ଭିଡିଓରେ, ଆପଣ ଦେଖିପାରିବେ ଯେ କିପରି ପାରମ୍ପରିକ ପୋଷାକ ପିନ୍ଧିଥିବା ଲାଲ ପୋର୍ସ ସ୍ପୋର୍ଟସ୍ କାର ଚଲାଉଥିବାର ଦେଖିବାକୁ ମିଳିଛି। ଭିଡିଓଟି କ୍ୟାମେରା ପଛରେ ଥିବା ଜଣେ ବ୍ୟକ୍ତିଙ୍କ ସହିତ ଆରମ୍ଭ ହୁଏ ଯିଏ କହୁଛନ୍ତି ଫ୍ରେଣ୍ଡସ ମୋ ମାଆ ମୋ ସହିତ ରେସିଂ କରୁଛି।

 

View this post on Instagram

 

A post shared by Ashish (@triplezerothreee)

ପରେ ଲାଲ ପୋର୍ସ କାର ତାଙ୍କ ପାଖରେ ଥିବା ଫର୍ଚୁନର ଚଲାଉଥିବା ବ୍ୟକ୍ତିଙ୍କ ପାଖରେ ଗତି କରେ। ଯେଉଁଥିରେ ଯୁବକଙ୍କ ମା’ ପୁରା ବିନ୍ଦାସରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଏବଂ କ୍ୟାପସନରେ ଲେଖାଯାଇଛି, ‘ ଏଭିଜେ ଜାଟ ମମି’।

ଭିଡିଓଟିକୁ ଏପର୍ଯ୍ୟନ୍ତ ୪୦ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଯେତେବେଳେ ୩ ମିଲିୟନରୁ ଅଧିକ ଲୋକ ଭିଡିଓଟିକୁ ଲାଇକ୍ କରିଛନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

କେହି ଜଣେ ମହିଳାଙ୍କୁ ‘ରେସର ମମି’ ବୋଲି ବର୍ଣ୍ଣନା କରିଛନ୍ତି ଯେତେବେଳେ କେହି ଜଣେ ଲେଖିଛନ୍ତି ଯେ ‘ସେ ସର୍ବକାଳୀନ ସର୍ବୋତ୍ତମ ମା’।