fbpx
BSKY
BJD SHG SKY
BJD YOUTH SKY

ବିମୁଦ୍ରୀକରଣ ବିଷୟରେ ଜାଣିନଥିଲେ ବୃଦ୍ଧ; ପୁରୁଣା ନୋଟର ଜମା ପୁଞ୍ଜିକୁ ବଦଳାଇବାକୁ ମାଗୁଛନ୍ତି ସାହାଯ୍ୟ

୨୦୧୬ ରେ ଭାରତ ସରକାର ବିମୁଦ୍ରୀକରଣ ନିଷ୍ପତ୍ତି ନେଇଥିଲେ ଏବଂ ଜାରି କରାଯାଇଥିଲା ନୂଆ ନୋଟ୍ । ଏହା ସହ ପୁରୁଣା ନୋଟକୁ ବ୍ୟାଙ୍କଙ୍କୁ ଫେରାଇବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ମାତ୍ର ଏହାକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଗରିବ ଦୃଷ୍ଟିହୀନ ବ୍ୟକ୍ତି ପ୍ରାୟ ୬୫ ହଜାର ଟଙ୍କାର ପୁରୁଣା ନୋଟକୁ ବଦଳାଇବାକୁ ସାହଯ୍ୟ ମାଗିଛନ୍ତି ।

ତାମିଲନାଡୁର ଚିନ୍ନାକାନୁ ନାମକ ଜଣେ ଦୃଷ୍ଟିହୀନ ବ୍ୟକ୍ତି ସଞ୍ଚୟ କରିଥିଲେ ପ୍ରାୟ ୬୫ ହଜାର ଟଙ୍କାର ଅଚଳ ନୋଟ । ବିମୁଦ୍ରୀକରଣର ଦୀର୍ଘ ପାଞ୍ଚ ବର୍ଷ ପରେ ଏହି ନୋଟକୁ ଚଳାଇବାକୁ ଚେଷ୍ଟା କରିଥିଲେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଚିନ୍ନାକାନୁ କହିଛନ୍ତି ସେ କେବେବି ବିମୁଦ୍ରୀକରଣ ବିଷୟରେ ଶୁଣି ନାହାଁନ୍ତି ।

ଚିନ୍ନାକାନୁ ଜଣେ ଗରିବ ଦୃଷ୍ଟିହୀନ ବ୍ୟକ୍ତି ସାଧାରଣତଃ ରାସ୍ତାରେ ଜୀବନ ବିତାଉଥିଲେ । ତେବେ ଏହି ୭୦ ବର୍ଷୀୟ ବୃଦ୍ଧ ଜଣକ ଏହି ଟଙ୍କାଙ୍କୁ କୌଣସି ସ୍ଥାନରେ ରଖି ଭୁଲିଯାଇଥିଲେ । ସେ ଏହି ଟଙ୍କାଙ୍କୁ ଭିକ ମାଗି ସଞ୍ଚୟ କରିଥିଲେ । ତେବେ ଚିନ୍ନାକାନୁ ବିମୁଦ୍ରୀକରଣ ବିଷୟରେ ଜାଣିନଥିବା ନେଇ ଜିଲ୍ଲାପାଳଙ୍କୁ ଜଣାଇବା ସହ ନୂଆ ନୋଟ ସହ କ୍ଷତିପୂରଣ ଦେବାକୁ ପାଇଁ ଆବେଦନ କରିଛନ୍ତି ।

ଏହି ଆବେଦନକୁ ଜିଲ୍ଲା ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜରଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପଠଯିବା ନେଇ ସୂଚନା ରହିଛି । ଜିଲ୍ଲା ଲିଡ୍ ବ୍ୟାଙ୍କ ଏହି ମାମଲା ଆରବିଆଇକୁ ପଠାଇବ ଏବଂ ଆରବିଆଇର ଉତ୍ତରକୁ ଅପେକ୍ଷା କରିବ ବୋଲି ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.