fbpx

News across the Earth, news close to your heart, Read Odisha Bhaskar English

ରାଶିଫଳ(ଶନିବାର,୨୩ ଅକ୍ଟୋବର,୨୦୨୧)

ମେଷ – ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ ଉତ୍ସାହ ଉଦ୍ଦିପନା ସହିତ ପାରିବାରିକ ଶାନ୍ତି ବଜାୟ ରହିବ॥

ବୃଷ – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରି ଏବଂ ବିବାହର ସୁଯୋଗ ଷୃଷ୍ଟି ହେବ, ସୁଖଶାନ୍ତି କାରକ ପରିବେଷ ରହିବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର କରିବା ଶୁଭ ଦାୟକ ହେବ ॥

ମିଥୁନ – କର୍ମ କ୍ଷେତ୍ର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ, ମାନସମ୍ମାନ ଲାଭ, ଆର୍ଥିକ ଉର୍ଣ୍ଣତି ହେବ, କୌଣସି ଇଛା ପୁରଣ ହେବ, ପାରିବାରିକ ନିବିଡତା ବୃଦ୍ଧି ହେବ ॥

କର୍କଟ – ସମୟର ଶୁଭତ୍ବ ପ୍ରାପ୍ତ ହେବ, ଫଳରେ କାଯ୍ୟସ୍ଥଳ ଏବଂ ପାରିବାରିକ ସମ୍ପର୍କରେ ଲାଭ ମିଳିବ, ଜପତପ ଧର୍ମଜ୍ଞାନ ପ୍ରତି ଆଗ୍ରହ ବଢିବ, ମାତ୍ର କର୍ମକ୍ଷେତ୍ରରେ କୌଣସି କର୍ମଚାପ ବଢିବ, ବ୍ୟୟ ବୃଦ୍ଧି ଓ ଭୁଲ ନିଷ୍ପତିର ଶିକାର ହେବେ, ଅର୍ଥଚିନ୍ତା ବଢିବ, ମନ ଦୋଦୁଲ୍ୟମାନ ପତିସ୍ଥିତି ମଧ୍ୟରେ ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ ॥

ସିଂହ – ଗୃହନିର୍ମାଣ କାର‌୍ୟ୍ୟରେ ଅର୍ଥବ୍ୟୟ ହେବ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମରେ ଉନ୍ନତି ହେବ, ଟଙ୍କାପଇସାର ସାହାଯ୍ୟ ସହଯୋଗ ମିଳିବ, ପରିବାର ଠାରୁ ଦୂରରେ ରହିବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗ ରୁ ସାହାଯ୍ୟ ମିଳିବ, ମନମୁତାବକ ଦ୍ରବ୍ୟ ପ୍ରାପ୍ତ ହେବ,କୌଣସି ପାରିବାରିକ କିମ୍ବା ପୂରୁଣା କିଛି ସମସ୍ୟାରୁ ମୁକ୍ତି ପାଇବେ ॥

କନ୍ୟା – ବହୁଜନ ସଂପର୍କ, ପୂଜାକଲ୍ୟାଣ କାର‌୍ୟ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ, ଆର୍ଥିକ ଅଭିବୃଦ୍ଧି, ଯଶପଦ ମର୍ଯ୍ୟାଦା ବୃଦ୍ଧିହେବ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, ପାରିବାରିକ ନିବିଡତା ବଢିବ, ସନ୍ତାନସନ୍ତତି ବର୍ଗରେ ବିକାଶ ହେବ,ସରକାରଙ୍କର ଯୋଜନା ଲାଭ ହେବ॥

ତୁଳା – କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ନିବିଡତା ବଢିବ, ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ବଢିବ, ଭ୍ରମଣ କଷ୍ଟ ମିଳିବ, ସ୍ବାସ୍ଥ୍ୟପିଡା ରହିବ ମାତ୍ର ଆର୍ଥିକ ଦିଗଟି ସ୍ବଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ॥

ବିଛା – ଆର୍ଥିକ ଉର୍ଣ୍ଣତି ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ବଢିବ, ପାରିବାରିକ ସୁଖଶାନ୍ତି ବଢିବ, ରାଜନୀତିକ ବ୍ୟକ୍ତି ଜନକଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିବେ, ଆର୍ଥିକ ସ୍ଥିତି ସୁଧୁରିବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ॥

ଧନୁ – ସାହାଯ୍ୟ ସହଯୋଗ କରି ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ଏବଂ ମାନସିକ ଶାନ୍ତି ବୃଦ୍ଧି ହେବ, ଜପତପ ପୂଜାର୍ଚ୍ଚନାରେ ସମୟ ଅତିବାହିତ ହେବ॥ ବିକାଶମୂଳକ କାର୍ଯ୍ୟ ହାତକୁ ନେବେ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ପାରିବାରିକ ସୁଖ ବଢିବ ॥

ମକର  – ଧର୍ମଚର୍ଚ୍ଚା ଏବଂ ଆଧ୍ୟାତ୍ମୀକ ଜ୍ଞାନ ବଢିବ, ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ, ନୂଆ କିଛି ଶିକ୍ଷା ଆହରଣ କରିବେ, ଯାହା ଉଦ୍ୟମ କରିବେ ପୂରଣ ହେବ, କର୍ମଗତ ଶୁଭଫଳ ପାଇବେ॥

କୁମ୍ଭ – କର୍ମଚାପ କିଛି କିଛି ରହିବ, କିନ୍ତୁ ଆର୍ଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ, ବିଷୟ ସୁଖ ପ୍ରାପ୍ତ ହେବ, ନୂଆ ସଂପର୍କ ଯୋଡି ହେବ ॥ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ପରିବାର ମଧ୍ୟରେ ଏକତା ବଜାୟ ରହିବ, ଅଟକିଥିବା କିଛି କାର୍ଯ୍ୟ ପୂରଣ ହେବ, ଭଲକାମ କରି ସମ୍ମାନିତ ହେବେ॥

ମୀନ – ଆଜି କୌଣସି ଅଚାନକ ଖର୍ଚ୍ଚ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ, ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଖର୍ଚ୍ଚ ବଢିବ, ବନ୍ଧୁମୀଳନ ବଢିବ॥

Get real time updates directly on you device, subscribe now.