fbpx

ମନୋବାଞ୍ଛା ପୂରଣ ହେଲେ ଏଠାରେ ଅର୍ପଣ କରାଯାଏ ମଦ: ଭକ୍ତମାନେ ବି ପ୍ରସାଦ ଭାବେ ପିଅନ୍ତି, ଦେଖନ୍ତୁ Video

Advertisement

ଅମୃତସର: ପଞ୍ଜାବର ଅମୃତସରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଭୋମା ଗାଁର ବାବା ରୋଡେ ଶାହାଙ୍କ ଦରଗାରେ ପ୍ରସାଦ ରୂପରେ ମଦ ଅର୍ପଣ କରାଯାଏ ଓ ପରେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଏ । ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ବାବା ରୋଡେ ଶାହାଙ୍କ ଦରଗାରେ ଦୁଇ ଦିନିଆ ବାର୍ଷିକ ମେଳା ଲାଗିଥାଏ, ଯେଉଁଥିରେ ସାମିଲ ହେବାରୁ ଶତାଧିକ ସଂଖ୍ୟାରେ ଲୋକମାନେ ଧାଇଁ ଆସନ୍ତି । ଲୋକମାନେ ନିଜର ମନୋବାଞ୍ଛା ପୂରଣ ହେବାରୁ ଦରଗାରେ ମଦ ଚଢ଼ାନ୍ତି ଓ ପରେ ମଦକୁ ପ୍ରସାଦ ଭାବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟାଯାଏ ।

ତେବେ ଅମୃତସରର ଭୋମା ଗାଁରେ ବାବା ରୋଡେ ଶାହାଙ୍କ ଦରଗାରେ ପ୍ରତିବର୍ଷ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଯଦିଓ ସମାଜରେ ବହୁତ ସଂଖ୍ୟକ ଲୋକ ମଦ୍ୟପାନକୁ ଖରାପ ବୋଲି ଭାବନ୍ତି, କିନ୍ତୁ ବାବା ରୋଡେ ଶାହାଙ୍କ ଦରଗାରେ ପ୍ରସାଦ ଆକାରରେ ମଦ ଅର୍ପଣ କରିବାର ଏକ ନିଆରା ପ୍ରଥା ରହିଛି । ଦେଖନ୍ତୁ Video …

Get real time updates directly on you device, subscribe now.