fbpx

କୁକୁର ନେଇ କେଦାରନାଥ ପହଞ୍ଚିଗଲେ ଶ୍ରଦ୍ଧାଳୁ, ମନ୍ଦିର କମିଟି କ୍ଷୁବ୍ଧ, ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

କେଦାରନାଥ: ମହଙ୍ଗା ପଡିଲା ନିଜର ପୋଷା କୁକୁରକୁ ନେଇ କେଦାରନାଥ ମନ୍ଦିର ଦର୍ଶନ କରିବା। ଉକ୍ତ ବ୍ୟକ୍ତି ଉପରେ କ୍ଷୁବ୍ଧ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି। ଭାଇରାଲ୍ ଭିଡିଓ ଆଧାରରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ମନ୍ଦିର କମିଟି।

ମନ୍ଦିର କମିଟି କହିଛନ୍ତି ଯେ, କେଦାରନାଥ ମନ୍ଦିର ବାହାରେ ସ୍ଥିତ ନନ୍ଦୀ ଉପରେ ବ୍ୟକ୍ତି ଜଣକ କୁକୁରର ପାଦ ସ୍ପର୍ଶ କରାଇଛନ୍ତି। ଭାଇରାଲ୍ ଭିଡିଓରୁ ଏହି ଘଟଣା ସାମ୍ନାକୁ ଆସିଛି। ମନ୍ଦିର କମିଟି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ, ମନ୍ଦିର ପ୍ରଶାସନ, ପୂଜାରୀ ଏବଂ ଶ୍ରଦ୍ଧାଳୁ କେମିତି ଏହାକୁ ଦେଖି ପାରିଲେ ନାହିଁ। ବ୍ୟକ୍ତି ଆରାମରେ ନିଜ କୁକୁର ନେଇ ଆସିଲେ ମନ୍ଦିର ଦର୍ଶନ କଲେ ନନ୍ଦୀ ଉପରେ କୁକୁରର ପାଦ ସ୍ପର୍ଶ କରାଇଥଲେ। ଅଥଚ ନିକଟରେ ଥିବା ଶ୍ରଦ୍ଧାଳୁ ଏବଂ ମନ୍ଦିର ପ୍ରଶାସନ କଣ ଏହା ଦେଖି ପାରିଲେ ନାହିଁ ବୋଲି କମିଟି କ୍ଷୋଭ ପ୍ରକାଶ କରିଛନ୍ତି।

 

ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି କହିଛନ୍ତି। ଏଥିସହ ପୂଜାରୀ ଏବଂ ଅଧିକାରୀଙ୍କୁ ଚେତାବନୀ ଦିଆଯାଇଛି ଯେ, ଏମିତି ଘଟଣା ଯେମିତି ପୁନର୍ବାର ନଘଟେ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଉକ୍ତ ବ୍ୟକ୍ତି ନିଜ କାନ୍ଧରେ କୁକୁରକୁ ବସାଇ ମନ୍ଦିର ପ୍ରାଙ୍ଗଣରେ ଲୋକଙ୍କ ଭେଳିରେ ଅଛନ୍ତି। ଏହି ଦୃଶ୍ୟ ରାତ୍ର ସମୟର ହୋଇଥିବା ବେଳେ ଅନ୍ୟ ଏକ ଭିଡିଓରେ ବ୍ୟକ୍ତି ନନ୍ଦୀକୁ ନିଜେ ମୁଣ୍ଡିଆ ମାରିବା ସହ କୁକୁରର ପାଦକୁ ସ୍ପର୍ଶ କରାଉଥିବା ଦେଖିବାକୁ ମିଳିଛି। ଏପରିକି ଉକ୍ତ ବ୍ୟକ୍ତି ଜୋତା ପିନ୍ଧି କେଦାରନାଥ ଦର୍ଶନ କରିଥିବା ଭିଡିଓରୁ ଦେଖିବାକୁ ମିଳିଛି।

 

ସୂଚନାଯୋଗ୍ୟ, କୋଭିଡ୍ ବିପଦ ସଂପ୍ରତି କମିବା ପରେ କେଦାରନାଥ ଧାମ ଯାତ୍ରାରେ କୋହଳ କରାଯାଇଛି। କେଦାରନାଥର ଦ୍ଵାରା ଖୋଲିବାରୁ ମେ ୬ରୁ ମେ ୧୬ ପର‌୍ୟ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରି ସାରିଛନ୍ତି। ଅନ୍ୟପଟେ ବଦ୍ରିନାଥ ଦ୍ଵାର ଖୋଲିବା ପରେ ମେ ୮ରୁ ମେ ୧୬ ସନ୍ଧ୍ୟା ସୁଦ୍ଧା ଏକ ଲକ୍ଷ ୭୬ ହଜାର ଶ୍ରଦ୍ଧାଳୁ ଦର୍ଶନ କରି ସାରିଛନ୍ତି।

Get real time updates directly on you device, subscribe now.