fbpx

ଗଞ୍ଜାମ ଓ ବ୍ରହ୍ମପୁରରେ କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ଗଞ୍ଜାମ,୧୦ ।୫(ଓଡିଶା ଭାସ୍କର): ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ଗସ୍ତ କରି ସେଠାରେ କୋଭିଡ-୧୯ ପାଇଁ ଲାଗୁ ହୋଇଥିବା ଲକ୍-ଡାଉନର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଗିରିସୋଳା ତନଖି ଫାଟକ ସ୍ଥଳ ପରିଦର୍ଶନ ସହ ବିଭିନ୍ନ ଅସ୍ଥାୟୀ ମେଡିକାଲ ଶିବିରରେ କରାଯାଇଥିବା ବ୍ୟବସ୍ଥା ଓ ପୋଲିସ କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମକୁ ସେ ଅନୁଧ୍ୟାନ କରିଥିଲେ । ଅଭୟଙ୍କ ଏହି ଗସ୍ତରେ ଦକ୍ଷୀଣାଞ୍ଚଳ ରେଞ୍ଜ ଡିଆଇଜି, ଆରକ୍ଷୀ ଅଧିକ୍ଷକ ଆଦି ସାମିଲ ହୋଇଥିଲେ । ପରେ ଗଞ୍ଜାମ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥ୍ରାର ପ୍ରକଳ୍ପ ନିର୍ଦ୍ଦେଶକ ଆଦି ବରିଷ୍ଠ ବ୍ୟକ୍ତି ଡିଜିଙ୍କୁ ଭେଟି କୋଭିଡ-୧୯ ସ୍ଥିତି ବିଷୟରେ ଅବଗତ କରାଇଥିଲେ ।

Get real time updates directly on you device, subscribe now.