fbpx

୧୦% ଲୋକ ଏବେ ବି ଅମାନିଆ,୧୪୦୦ ଗିରଫ :ଡିଜି

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): ଲକ୍-ଡାଉନକୁ ଦାୟିତ୍ୱର ସହ ପାଳନ କରିବାକୁ ସରକାର ଆହ୍ୱାନ ଦେଇଥିବା ବେଳେ ୧୦% ଲୋକ ଏଯାଏଁ ଘଟଣାର ଗୁରୁତ୍ୱକୁ ବୁଝୁନାହାନ୍ତି । କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୬୧ ଜଣଙ୍କ ନାଁରେ ମାମଲା ହୋଇଛି ବୋଲି ଆଜି ପୋଲିସ ଡିଜି ଅଭୟ କହିଛନ୍ତି । ସମସ୍ତେ ସୁରକ୍ଷିତ ହୋଇ ଘରେ ରହିବାକୁ ସେ ନିବେଦନ କରିଛନ୍ତି । କିଛି ଜାଗାରେ ଲୋକ ନିୟମ ଲକ୍ ଡାଉନ୍ ନମାନି ଦାୟିତ୍ୱହୀନ ଭାବେ କାର୍ଯ୍ୟ କରୁଛନ୍ତି । ନିୟମ ଉଲ୍ଲଂଘନ କରିଥିବା ୧୫୦୦ ରୁ ଅଧିକ ଲୋକଙ୍କ ବିରୋଧରେ ତାଲାବନ୍ଦ ମାମଲା ହେବା ସହ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି । ତାଲାବନ୍ଦକୁ କଡାକଡି କରିବା ପାଇଁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ହୋମ୍ କ୍ବାରେଂଟାଇନ ପାଳନ ନକଲେ ମାମଲା ରୁଜ୍ଜୁ ହେଉଛି । ଲକ୍-ଡାଉନକୁ କଡାକଡି କରିବାକୁ ୭୦୦ରୁ ଅଧିକ ଏସଆଇଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ୧୬୨ ପ୍ଲଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୧୦,୦୦୦ରୁ ଅଧିକ ଗାଡି ଯୋଗାଇ ଦିଆଯାଇଛି ବୋଲି ଡିଜି କହିଛନ୍ତି ।

ଏହା ସହ ଅଭୟ କହିଛନ୍ତି ଯେ, ତାଲାବନ୍ଦରେ ପୋଲିସ ଓ ପ୍ରଶାସନକୁ ସହଯୋଗ କରନ୍ତୁ । ଭୟଭୀତ ନ ହେବାର କୌଣସି କାରଣ ନାହିଁ । କେବଳ ଜରୁରୀ କାମ ନ ଥିଲେ ବାହାରକୁ ଯାଆନ୍ତୁନାହିଁ । କିଛି ବି ସମସ୍ୟା ହେଲେ ଆମକୁ ଫୋନ୍ ମାଧ୍ୟମରେ ଜଣାନ୍ତୁ ।ହାତକୁ ବାରମ୍ବାର ୨୦ ସେକେଣ୍ଡ ଯାଏଁ ଧୁଅନ୍ତୁ । କବାଟ, ଆସବାପତ୍ର, ଅନ୍ୟ କାହାର ଫୋନ୍ ଛୁଇଁଲେ ହାତ ଧୁଅନ୍ତୁ । ବାହାରୁ ଘରକୁ ଫେରିବା ପରେ ହାତ ଧୁଅନ୍ତୁ ।ପ୍ରତିଦିନ ସଉଦା ପାଇଁ ଯାଆନ୍ତୁ ନାହିଁ ।’

Get real time updates directly on you device, subscribe now.