fbpx

ପ୍ରଥମ ଦିନରେ ପ୍ରବଳ ଜନସମାଗମ ପରେ ଆଜି ଅଯୋଧ୍ୟାରେ ପହଞ୍ଚିଲେ ଡିଜି ଓ ମୁଖ୍ୟ ଶାସନ ସଚିବ

ନୂଆଦିଲ୍ଲୀ: ସୋମବାର ରାମ ଅଯୋଧ୍ୟା ରାମ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା । ହେଲେ ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଂଚିଥିଲେ । ଭିଡ଼ ଏତେ ଥିଲା ଯେ ମନ୍ଦିରରେ ମୁତୟନ ଥିବା ସୁରକ୍ଷା ବାହିନୀ ପାଇଁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେଉଥିଲା। ଭିଡିଓ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦର୍ଶନ ପାଇଁ ଆସିଥିବା ଲୋକମାନେ ସୁରକ୍ଷା ବଳୟ ଭାଙ୍ଗି ମନ୍ଦିର ପରିସରରେ ପ୍ରବେଶ କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ ଦ୍ୱିତୀୟ ଦିନରେ ରାଜ୍ୟର ଡିଜି (ଆଇନ ଓ ପ୍ରଶାସନ) ଏବଂ ମୁଖ୍ୟ ଶାସନ ସଚିବ (ଗୃହ) ଅଯୋଧ୍ୟାରେ ପହଞ୍ଚିଛନ୍ତି।ଡିଜି (ଆଇନ ଓ ପ୍ରଶାସନ) ପ୍ରଶାନ୍ତ କୁମାର କହିଛନ୍ତି, ମୁଁ ଏବଂ ମୁଖ୍ୟ ଶାସନ ସଚିବ (ଗୃହ) ଏଠାରେ ଅଛନ୍ତି ଏବଂ ବ୍ୟବସ୍ଥା ଉପରେ ନଜର ରଖିଛୁ। ଲୋକେ ଆରାମରେ ଦର୍ଶନ କରୁଛନ୍ତି। ଭିଡ଼ନିୟନ୍ତ୍ରଣ ପାଇଁ ଆମେ ଲାଇନ୍ ବ୍ୟବସ୍ଥାରେ ଉନ୍ନତି ଆଣିଛୁ। ”

ରାପିଡ୍ ଆକ୍ସନ ଫୋର୍ସର ଡେପୁଟି କମାଣ୍ଡାଣ୍ଟ ଅରୁଣ କୁମାର ତିୱାରୀ କହିଛନ୍ତି, ଏଠାରେ ୪ କମ୍ପାନୀ ୧୦୦୦ ଯବାନ ମୁତୟନ ହୋଇଛନ୍ତି। ଆମେ ପୁଲିସ ପ୍ରଶାସନକୁ ସାହାଯ୍ୟ କରୁଛୁ। ପ୍ରଥମ ଦିନରେ ପାଖାପାଖି ୩ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଆସିଛନ୍ତି।

Get real time updates directly on you device, subscribe now.