fbpx
BJD SKY
BJD SKY

ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ୨୦୨୪: ପୋର୍ଟ ବ୍ଲେୟରରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସତ୍ୟ ସୂତାର

BJD

ପୋର୍ଟ ବ୍ଲେୟର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶ ବିଦେଶରେ ଆଜି ପାଳିତ ହୋଇଛି। ସେହି ମହାନ ଜନନାୟକଙ୍କୁ ଓଡ଼ିଶା ମାଟିର ପୁଅ ସତ୍ୟ ସୁତାର ପ୍ରତିବର୍ଷ ଭଳି ଏ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଚଳିତ ବର୍ଷ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାରଠାରେ ସକାଳ ୬ଟାରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଗତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ ସତ୍ୟ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସୁଭାଷ ବୋଷ ଚନ୍ଦ୍ର ବୋଷ ରୟାଲ ହୋଟେଲରେ ପାଖାପାଖି ତିନି ମାସ ରହି ସେଠାରେ ଥିବା ଏକ ପଡିଆରେ ଇଣ୍ଡିଆନ ନ୍ୟାସନାଲ ଆର୍ମିଙ୍କୁ ଟ୍ରେନିଂ ଦେଉଥିଲେ। ସେଥିପାଇଁ ଗତ ବର୍ଷ ସେଠାରେ ସତ୍ୟ ସୂତାର ମହାନ ଜନନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସେହିପରି ୨୦୨୨ରେ ଭିଏତନାମର ଶାଇଗନରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ସୂଚନା ଅନୁଯାୟୀ, ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଯିବାର ପାଖା ପାଖି ୧୨ରୁ ୧୩ବର୍ଷ ହୋଇ ଗଲାଣି। ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତକୁ ସ୍ୱାଧୀନ କରିବା ପାଇଁ ଯାଇଥିଲେ, ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇ ଚିନ୍ତା କରିଥିଲେ। ସେଥିପାଇଁ ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶ ଗୁଡିକୁ ଯାଇ ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣେଇବା ପାଇଁ ୨୦୨୨ରୁ ସେ ବିଦେଶ ମାଟିରେ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି।

Get real time updates directly on you device, subscribe now.