fbpx

ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା!

ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଧାମନଗର ଥାନାରେ ଅଭିଯୋଗ କଲେ ଯୁବକଙ୍କ ପରିବାର ଲୋକେ । ମୃତକଙ୍କ ଘର ଯାଜପୁର ହୋଇଥିବା ସୂଚନା । ମୃତକ ଜାନୁଆରୀ ୪ ତାରିଖରେ ନିଶାନିବାରଣ କେନ୍ଦ୍ର ଆସିଥିଲେ । ଗତକାଲି ରାତିରେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମେଡିକାଲରେ ଯୁବକଙ୍କ ମୃତ୍ୟୁ ହୋଇଛି । ଶରୀରରେ କ୍ଷତ ଚିହ୍ନ ଥିବାରୁ ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

Get real time updates directly on you device, subscribe now.