fbpx
BJD SKY
BJD SKY

ବିରାଟଙ୍କୁ Replace କରିବେ ଏହି ଖେଳାଳି, BCCI ପକ୍ଷରୁ ଘୋଷଣା

BJD

ନୂଆଦିଲ୍ଲୀ: ଜାନୁଆରୀ ୨୫ରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜର ପ୍ରଥମ ୨ଟି ମୁକାବିଲା ପାଇଁ BCCI ପକ୍ଷରୁ ବିରାଟ କୋହଲିଙ୍କ ବଦଳରେ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଭାରତୀୟ ଦଳରେ ରଜତ ପଟିଦାରଙ୍କୁ ଏଣ୍ଟ୍ରି ମିଳିଛି । ଏହି ତାଲିକାରେ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଏବଂ ସରଫରାଜ ଖାନଙ୍କ ନାମ ସାମିଲ ଥିଲା । ଏହା ପୂର୍ବରୁ RCBରେ ବିରାଟଙ୍କ ସହ ଖେଳି ସାରିଛନ୍ତି ପାଟିଦାର । ନିକଟରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୧୫୧ ରନର ଇନିଂସ ଖେଳି BCCIକୁ ପ୍ରଭାବିତ କରିଥିଲେ । ଗତ ମାସ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ରଜତ ପଟିଦାର ଇଣ୍ଡିଆ ଏ ପକ୍ଷରୁ ୧୧୧ ରନର ଇନିଂସ ଖେଳିଥିଲେ ।

ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଥମ ୨ଟି ମ୍ୟାଚରେ ଅନୁପସ୍ଥିତ ରହିବା ନେଇ ବିସିସିଆଇକୁ ସୂଚନା ଦେଇଛନ୍ତି । ରିପୋର୍ଟରୁ ପ୍ରକାଶ ଯେ, ଚେତେଶ୍ୱର ପୂଜାରା ରଣଜୀ ଟ୍ରଫିରେ ଉତ୍କୃଷ୍ଟ ଫର୍ମ ପ୍ରଦର୍ଶନ କରିଛନ୍ତି ଏବଂ ନିକଟରେ ଶତକ ହାସଲ କରିବାରେ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ତାଙ୍କ ପାଇଁ ଯେପରି ଭାରତୀୟ ଦଳର ରାସ୍ତା ବନ୍ଦ ହୋଇଯାଇଛି । ଅଜିଙ୍କ୍ୟ ରାହାରେ ରଣଜୀ ଟ୍ରଫିରେ କୌଣସି ଭଲ ପ୍ରଦର୍ଶନ କରିପାରିନଥିଲେ ତେଣୁ ତାଙ୍କ ପ୍ରତ୍ୟାବର୍ତ୍ତନର କୌଣସି ସମ୍ଭାବନା ନାହିଁ । ଇଂଲଣ୍ଡ ବିପକ୍ଷ ସିରିଜରେ ଶୁଭମନ୍ ଗିଲ ଏବଂ ଶ୍ରେୟସ ଅୟର ଭଳି ଯୁବା ଖେଳାଳିଙ୍କ ଉପରେ ଭାରତର ବିଶ୍ୱାସ ରହିଛି । କିନ୍ତୁ ଏହି ଦୁଇ ଖେଳାଳି ସିରିଜରେ ଭଲ ପ୍ରଦର୍ଶନ ନ କରିପାରିଲେ ଦଳରେ ନିଜ ସ୍ଥାନ ବଜାୟ ରଖିବା କଷ୍ଟକର ହୋଇଯିବ ।

Get real time updates directly on you device, subscribe now.