fbpx
BSKY
BJD MC SKY
BJD YOUTH SKY

କରୋନାରୁ ମୁକ୍ତି ପାଇବା ପାଇଁ ମିଳିବ ଆଉ ଏକ ଅସ୍ତ୍ର, କୋଲଚିସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍‌କୁ ଅନୁମତି ଦେଲା ‘ଡିସିଜିଆଇ’

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) :  ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (CSIR) ଏବଂ ହାଇଦ୍ରାବାଦ ସ୍ଥିତ ଲକ୍ଷାଇ ଲାଇଫ୍ ସାଇନ୍ସେସ ପ୍ରାଇଭେଟ୍ ଲିମିଟେଡ୍ କୋଭିଡ୍ ରୋଗୀଙ୍କ  ଚିକିତ୍ସା ପାଇଁ କୋଲଚିସିନ୍‌ର କ୍ଲିନିକାଲ୍ ଟ୍ରାଏଲ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅନୁମୋଦନ ମଧ୍ୟ ମିଳିସାରିଛି । କୋଲଚିସିନ୍ର  ସୁରକ୍ଷା ଏବଂ ତାର ପ୍ରଭାବକାରିତାର ଆକଳନ କରିବା ପାଇଁ କ୍ଲିନିକାଲ୍ ଟ୍ରାଏଲ କରିବ ।

ଉଲ୍ଲେଖଯୋଗ୍ୟ ଯେ, ଗଣ୍ଠିବାଦ ଏବଂ ସୃଜନ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ବର୍ତ୍ତମାନ କୋଲଚିସିନ୍ କୁ ବ୍ୟବହାର କରାଯାଉଛି । ବର୍ତ୍ତମାନ ଏହି ଔଷଧକୁ କରୋନା ସଂକ୍ରମିତଙ୍କ ଉପରେ ପରୀକ୍ଷା କରାଯିବ ଯେ, ଏହା ଉପଯୋଗୀ କି ନୁହେଁ । ଏହି ଔଷଧ ସେହି ଲୋକମାନଙ୍କ ପାଇଁ ରାମବାଣ ହୋଇପାରେ ଯେଉଁମାନେ କରୋନା ସଂକ୍ରମିତ ହେବା ସହ ହୃଦ୍‌ଘାତରେ ପୀଡିତ ହୋଇଥାନ୍ତି ।

ସିଏସଆଇଆରର ମହାନିର୍ଦ୍ଦେଶକଙ୍କ ପରାମର୍ଶଦାତା ରାମ ବିଶ୍ବକର୍ମା PTI କୁ କହିଛନ୍ତି ଯେ, କେତେକ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ୍-୧୯ ରୋଗୀମାନଙ୍କଠାରେ ସଂକ୍ରମଣ ସମୟରେ ହୃଦ୍‌ରୋଗ ସମ୍ବନ୍ଧୀୟ ଜଟିଳତା ବିକଶିତ ହୋଇଥାଏ ଏବଂ ଏହା ଫଳରେ ଅନେକଙ୍କ ମୃତ୍ୟୁ ହୋଇଥାଏ । ଏମିତିରେ ଏକ ନୂଆ କିମ୍ବା ନବୀକରଣ ହୋଇଥିବା ଔଷଧର ଆବିଷ୍କାର ଗୁରୁତ୍ବପୂର୍ଣ୍ଣ । ସେହିଭଳି ଲକ୍ଷାଇ ଲାଇଫ୍ ସାଇନ୍ସେସ ସିଇଓ ରାମ ଉପାଧ୍ୟାୟ ପିଟିଆଇକୁ କହିଛନ୍ତି ଯେ, ଭାରତର ଅନେକ ସ୍ଥାନରେ ପରୀକ୍ଷଣ ପାଇଁ ରୋଗୀଙ୍କ ନାମକରଣ ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ୮-୧୦ ସପ୍ତାହ ମଧ୍ୟରେ ଟ୍ରାଏଲ ଶେଷ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.