fbpx

ଭୁବନେଶ୍ୱର ରାଜରାସ୍ତାରେ ଯୁବକଙ୍କୁ ପଥର ଛେଚି ହତ୍ୟା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ରାଜରାସ୍ତାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ରାଜମହଲ-ଶିଶୁଭବନ ରାସ୍ତାରେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଛି । ପ୍ରଥମେ ବଚସାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି । ଅନ୍ୟପଟେ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଜଣକୁ ଅଟକ ରଖାଯାଇ ପଚରାଉଚରା ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.