fbpx

ନିଆରା ଭଲପାଇବା : ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଗୁପ୍‌ଚୁପ୍‌ରେ ମୁଦି ଭର୍ତ୍ତି କରି ପ୍ରେମ ନିବେଦନ କଲେ ପ୍ରେମିକ, ଆଉ ତା’ ପରେ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସାଥୀଙ୍କୁ ନିଜର କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି । କିଏ ଫୁଲତୋଡ଼ା ଦେଇ ପ୍ରପୋଜ କରେ ତ କିଏ କେକ୍‌ରେ ମୁଦି ରଖି ସାଥୀଙ୍କୁ ବିବାହ ପ୍ରସ୍ତାବ ଦେଇଥାନ୍ତି । ହେଲେ ଆମେ ଆପଣଙ୍କୁ ଏଭଳି ଜଣେ ଯୁବକଙ୍କ କାହାଣୀ ବିଷୟରେ କହିବୁ ଯିଏ ଅତି ନିଆରା ଢ଼ଙ୍ଗରେ ନିଜର ପ୍ରେମିକାଙ୍କୁ ବିବାହ ପ୍ରସ୍ତାବଦେଇଛନ୍ତି ।

ପିଏଚ୍‌ଡି କରୁଥିବା ହନାନଙ୍କୁ ଗୁପ୍‌ଚୁପ୍‌ ବହୁତ ପସନ୍ଦ । ଯେଉଁ ସମୟରେ ବି ତାଙ୍କୁ ଗୁପ୍‌ଚୁପ୍‌ ଦେଲେ ସେ ଖାଇ ନେଇଥାନ୍ତି । ଏହାକୁ ନଜରରେ ରଖି ତାଙ୍କ ପ୍ରେମିକ
ଗୁପ୍‌ଚୁପ୍‌ରେ ମୁଦି ଭର୍ତ୍ତି କରି ପ୍ରେମ ନିବେଦନ କରିଥିଲେ । ଏହା ଦେଖି ହନାନ ଖୁସିରେ ଆତ୍ମହରା ହୋଇଯାଇଥିଲେ । କାରଣ ସେ ଏଭଳି କଥାକୁ କେବେ ବି କଳ୍ପନା କରିନଥିଲେ ।

ଏନେଇ ଟୁଇଟ୍‌ କରି ହନାନ ଲେଖିଥିଲେ, ମୁଁ ଗୁପ୍‌ଚୁପ୍‌କୁ ବି କିଭଳି ମନାକରିପାରିବି । ଏହାଦେଖି ସେ ପ୍ରସ୍ତାବରେ ହିଁ ଭରିଥିବା ସ୍ପଷ୍ଟ ହୋଇଥିଲା । ଏହି
ଟୁଇଟ୍‌ ଭାଇରାଲ୍‌ ହେବାପରେ ଲୋକମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

 

Get real time updates directly on you device, subscribe now.