fbpx

ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷା ଯାଞ୍ଚ କଲେ ଡିଜିପି

କଟକ, ୨୦ା୧୨(ଓଡ଼ିଶା ଭାସ୍କର): ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ଡିଜିପି ଅଭୟଙ୍କ ସହ ପୋଲିସ କମିଶନର ଓ ଡିସିପି ଉପସ୍ଥିତ ମଧ୍ୟ ରହିଥିଲେ । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି , ଡ଼ିଜି ଅପରେସନ୍ସ ଆର.ପି.କୋଚେ ଓ ୭ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ସେମାନେ ଅଭ୍ୟାସ ଓ ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ଆସନ୍ତା ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ବାରବାଟୀରେ ସ୍ଥିତି ପରଖିଥିôଲେ ପୋଲିସ ଡିଜି । ପୋଲିସ କମିଶନର, କଟକ ଡିସିପି ଓ ଟ୍ରାଫିକ ଡିସିପି ସାମିଲ ହୋଇଥିଲେ । ସୁରକ୍ଷା ଯାଞ୍ଚ ପରେ ପୋଲିସ ଡିଜି ପ୍ରତିକ୍ରିୟା ରଖି କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା ନେଇ ମୁଁ ବହୁତ ଖୁସି । ଖେଳାଳିଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ୮୦ ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ କରାଯିବ ।

Get real time updates directly on you device, subscribe now.