fbpx
BJD SKY
BJD SKY

କାଲିଠାରୁ ଖୋଲିବ ଧବଳେଶ୍ୱର ମନ୍ଦିର

BJD

କଟକ,୭ ।୧(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର । କାଲି ପୂଜକ ପରିବାର ପ୍ରଥମେ ଦର୍ଶନ କରିବେ । ୯ ଓ ୧୦ରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ୧୧ ତାରିଖରୁ ସର୍ବସାଧାରଣପାଇଁ ଦର୍ଶନର ଅନୁମତି ରହିଛି । ଏକାଥରକେ ୫୦ ଜଣ ଭକ୍ତଙ୍କୁ ଦର୍ଶନ ମିଳିବ । ୬ ଫୁଟ ଦୂରତାରେ ରହି ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଆଠଗଡ ଉପଜିଲ୍ଲାପାଳ ଆଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.