fbpx
BJD SKY
BJD SKY

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ହେଲେ BJD ପ୍ରାର୍ଥୀ

BJD

ଧାମନଗର(ଓଡ଼ିଶା ଭାସ୍କର): ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଧାମନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଅବନ୍ତୀ । ମିଶନ ଶକ୍ତିରେ ଅବନ୍ତୀ ଦାସଙ୍କ ବହୁଦିନର ଅଭିଜ୍ଞତା ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି । ଅବନ୍ତୀ ଦାସ ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ।

ବିଜେପି ଧାମନଗର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଥିବା ଜଣାପଡ଼ିଛି । ଏହାରି ମଧ୍ୟରେ କୁହାଯାଉଛି ଯେ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ଶରତ ଦାସଙ୍କ ନାମରେ ମୋହର ମାରିପାରେ । ଶରତ ଦାସ ଏବଂ ସ୍ପନ୍ଦନ ମଲ୍ଲିକ ବିଜେଡିର ଦୁଇ ମୁଖ୍ୟ ଆଶାୟୀ । ଶରତ ଦାସ ୨୦୧୪ ରେ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ।

ସେହିପରି ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବାବା ହରେକୃଷ୍ଣ ସେଠୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଏଆଇସିସି ପକ୍ଷରୁ ହରେକୃଷ୍ଣଙ୍କ ନାଁ ଘୋଷଣା ହୋଇଛି । ତେବେ ଶୁକ୍ରବାର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ରହିଥିବାବେଳେ, ଆସନ୍ତା ନଭେମ୍ବର ୩ରେ ହେବ ମତଦାନ ।

Get real time updates directly on you device, subscribe now.