fbpx

ଜେଲରୁ ମୁକୁଳିବା ସୁଶୀଲଙ୍କ ପାଇଁ ହେଲା ଆହୁରି କଷ୍ଟକର: ହତ୍ୟା ମାମଲାରେ ହୋଇପାରେ ସଜା…

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ପାଇଁ ବଢିଛି ଅଡୁଆ । ଅନ୍ୟ ୧୭ ଜଣ ଅଭିଯୁକ୍ତଙ୍କ ସହିତ ସୁଶୀଲ କୁମାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ମାମଲା ରୁଜୁ ହୋଇଛି । ତେଣୁ ଏବେ ସୁଶୀଲଙ୍କ ଜେଲରୁ ମୁକୁଳିବା ଆହୁରି କଷ୍ଟକର ହୋଇ ପଡିଛି । ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ଏବଂ ଅନ୍ୟ ଧାରାରେ ସୁଶୀଲ ଏବଂ ଆଉ କିଛି ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋର୍ଟ ଅନ୍ୟ ୨ ପେରାର ଆସାମୀଙ୍କ ବିରୋଧରେ ମଧ୍ୟ ଚାର୍ଜ ଫ୍ରେମ କରିଛନ୍ତି ।

ସୂଚନା ଅନୁସାରେ, ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ପେରାର ରହିବା ପରେ ସୁଶୀଲ କୁମାରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ସୁଶୀଲ କୁମାର ଏବଂ ସହଯୋଗୀ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଗତ ମେ ୪ ତାରିଖରେ ସାଥୀ ରେସଲର ସାଗର ଧନଖଡ ଏବଂ ତାଙ୍କର ଦୁଇ ବନ୍ଧୁଙ୍କୁ ମାରପିଟ କରିଥିଲେ । ଏହାପରେ ତିନି ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ସାଗରଙ୍କର ମୃତ୍ୟୁ ହୋଇଥିବା ବେଳେ ସୁଶୀଲ ଏବଂ ସାଥୀଙ୍କ ବିରୋଧରେ ଏ ନେଇ ଅଭିଯୋଗ ହୋଇଥିଲା ବୋଲି ସୂଚନା ଦେଇଛି ପୋଲିସ ।

ଏହି ଯୋଜନାରେ ମାଷ୍ଟରମାଇଣ୍ଡ ଅନ୍ୟ ସହଯୋଗୀଙ୍କ ସହ ମିଶି ହତିଆରର ବ୍ୟବସ୍ଥା କରିଥିଲା । ଗତବର୍ଷ ମେ ୧୮ ତାରିଖରେ ସୁଶୀଲ ଗିରଫରୁ ବଞ୍ଚିବା ପାଇଁ ରୋହିଣୀ କୋର୍ଟରେ ଅପିଲ କରିଥିଲେ ଏବଂ ମାମଲାର ଏକତରଫା ଯାଞ୍ଚ ହେଉଥିବା ସେ ପ୍ରକାଶ କରିଥିଲେ । କିନ୍ତୁ ଅଦାଲତ ସୁଶୀଲଙ୍କର ଏହି ଯାଚିକାକୁ ଖାରଜ କରି ଦେଇଛନ୍ତି । ଏହାପରେ କୋର୍ଟ ତାଙ୍କୁ ମାଷ୍ଟର ମାଇଣ୍ଡ କହି ସୁଶୀଲଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି ।

Get real time updates directly on you device, subscribe now.