fbpx
BJD SKY
BJD SKY

ଏମ୍ସରେ ପୁଣି ଭର୍ତ୍ତି ହେଲେ ଧାମନଗର ବିଧାୟକ ବିଷ୍ଣୁ ସେଠୀ: ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ…

BJD

ଭଦ୍ରକ: ଧାମନଗର ବିଧାୟକ ବିଷ୍ଣୁ ସେଠୀ ଅସୁସ୍ଥ ହୋଇ ଆଜି ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଗତ କିଛିଦିନ ତଳେ ବିରୋଧୀ ଦଳ ଉପନେତା ସେଠୀଙ୍କର ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଏମ୍‌ସରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଆଜି ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ଦଳର ବହୁ ବରିଷ୍ଠ ନେତା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଜିଲ୍ଲା ସାଧାରଣ ସଂପାଦକ ଶଶିକାନ୍ତ ବିଶ୍ବାଳ, ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ, ଅରବିନ୍ଦ ପତି, ଅଶୋକ ପୁହାଣ, ବୈକୁଣ୍ଠ ସାହୁ, ସାଧାରଣ ସଂପାଦକ ମନୋରଂଜନ ମଲ୍ଲିକ, ପୂର୍ବତନ ଜିଲ୍ଲା ପରି‌ଷଦ ସଭ୍ୟ ଉମାମଣି ସାହୁ, ରଂଜିତା ସ୍ବାଇଁ, ତପନ ମହାନ୍ତି ପ୍ରମୁଖ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ସେଠୀଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଉର୍ମିଳା ପାଣିଗ୍ରାହୀ ଓ ପୁଅ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଅଛନ୍ତି।

Get real time updates directly on you device, subscribe now.