fbpx
BSKY
BJD SHG SKY
BJD YOUTH SKY

IFS ଅଧିକାରୀ କରିଲେ ଭିଡ଼ିଓ ସେୟାର :କହିଲେ ଜଙ୍ଗଲର ରାଜା କିଏ ହେବା ଦରକାର ?

ଆପଣ ପ୍ରତିଦିନ ଫୋନ ବ୍ୟବହାର କରୁଥିବା ବେଳେ ଅନେକ ଭାଇରଲ ଭିଡିଓ ଦେଖିଥିବେ କିନ୍ତୁ କିଛି ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୁଏ ଯାହା କୁ ନିଜେ ସରକାରୀ କର୍ମଚାରୀମାନେ ନିଜ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି। ପ୍ରତ୍ୟେକ ପିଲା ଏହି ଧାରଣା ରଖିଥାନ୍ତି ଯେ ସିଂହ ହେଉଛି ଜଙ୍ଗଲର ରାଜା କାରଣ ସେମାନଙ୍କ ବିଦ୍ୟାଳୟର ପାଠ୍ୟ ପୁସ୍ତକରୁ ଜଙ୍ଗଲର ରାଜା ବିଷୟରେ ଆମେ ଶୁଣିଛେ । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ରହିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବିବେ ସିଂହ କେବଳ ଜଙ୍ଗଲର ରାଜା ନୁହଁନ୍ତି । ଆଉ କେହି ମଧ୍ୟ ରାଜା ହୋଇ ପାରିବେ ।

ତେବେ ଆଇଏଏସ ଅଧିକାରୀ ଙ୍କ ଦ୍ୱାରା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓ ରେ ଯାହା ଦେଖିବାକୁ ମିଳୁଛି ଗୋଟିଏ ଛୋଟ ହାତୀକୁ ତାର ଚର୍ତୁପାଶ୍ୱରୁ ସିଂହୀ ମାନେ ଘେରି ରହିଥିବାର ନଜର ଆସୁଛନ୍ତି । କେବଳ ଏତିକି ନୁହେଁ ଏହି ଭିଡିଓ ରୁ ଯାହା ସୂଚନାମିଳୁଛି ଏହି ଭିଡିଓରେ ୧୪ଟି ସିଂହୀ ଏହି ଗୋଟିଏ ହାତୀ ଉପରେ ଆକ୍ରମଣ କରୁଛନ୍ତି । କ୍ଲିପ୍ ଚାଲିଥିବାବେଳେ ସିଂହୀମାନଙ୍କୁ ହାତୀ ପିଠି ଉପରକୁ ଡେଇଁବା ପାଇଁ ଘେରିଥିବାର ଦେଖାଯାଏ। ଆଉ ଏହି ଭିଡିଓ ଦେଖିଲେ ଆପଣ ଭାବିବେ ଯେ ହାତୀର ବଞ୍ଚିବା ଅସମ୍ଭବ । କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ କିପରି ଚତଚରତା ସହ ହାତୀ ଟି ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇ ପାରିଛି ।

କିଏ ଜଙ୍ଗଲର ରାଜା ହେବା ଉଚିତ୍?

ହାତୀଟି ଛୋଟ ହେଲେ କଣ ହେବ ନିଜର ବୁଦ୍ଧି ବଳରେ ସେ ୧୪ଟି ସିଂହୀଙ୍କୁ ପାଣି ପିଆଇ ଦେଇଛି । ତେବେ ଏହି ଭିଡିଓଡି ପୋଷ୍ଟ ହେବାକୁ କିଛି ସମୟ ମଧ୍ୟରେ ବାରମ୍ବାର ରିସେୟାର କରାଯାଇଛି । ଏହା ସହ ଏହି ଭିଡିଓ କୁ ୨ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ବହୁ ପରିମାଣର ସଂଘର୍ଷ ପରେ ହାତୀ ସିଂହୀମାନଙ୍କର ଘାତକ କବଳରୁ ନିଜକୁ ମୁକ୍ତ କରିବାରେ ସଫଳ ହୁଏ ଏବଂ ନିରାପଦରେ ଜଳ ଭିତର କୁ ଚାଲିଯାଏ ।

Get real time updates directly on you device, subscribe now.