fbpx

ବହୁ ଚର୍ଚ୍ଚିତ ଲିଜା ଡାକୁଆ ହତ୍ୟା ଘଟଣାର ପର୍ଦ୍ଦାଫାସ: ଫେରାର ଥିବା ହତ୍ୟାକାରୀ ଅହିମ ଖାନ ଗିରଫ

ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍‌): ତ୍ରୀ-କୋଣୀୟ ପ୍ରେମ ସମ୍ପର୍କକୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ । ଜଣେ ବିବାହିତ ମହିଳାଙ୍କ ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁ ଥିଲେ । ହେଲେ ଏହି କଥା ଜଣେ ପ୍ରେମିକ ଜାଣିବା ପରେ ନିଜ ପ୍ରେମିକାକୁ ଅତି ଚତୁରତାର ସହ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ ବି କରିଥିଲା । ହେଲେ ମୃତ ପ୍ରେମିକର ମୋବାଇଲ ସିମ୍ ହିଁ ସବୁ ରହସ୍ୟ ଉପରୁ ପରଦା ହଟାଇଥିଲା ।

ଗତ ୨୦୨୧ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଟିଟିଲାଗଡ଼ ହାଟ ପଦା ପଡାର ଟାଙ୍ଗର ପଡାରେ ଲିଜା ଡାକୁଆ ନାମକ ଜଣେ ବିବାହିତା ମହିଳା ଏକୁଟିଆ ଏକ ଭଡା ଘରେ ରହୁଥିଲେ । ସେହି ସମୟରେ ପଡାର ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ପ୍ରେମିକର ଆଉ ଜଣେ ବନ୍ଧୁ ମଧ୍ୟ ଲିଜାକୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ତେବେ ଘଟଣା ଦିନ ପ୍ରେମିକ ଅହିତ ଓରଫ ଅହିମ ଖାନ ଲିଜା ସହ ଘରେ ଏକୁଟିଆ ଥିବା ସମୟରେ ଆଉ ଏକ ପ୍ରେମିକ ମୋବାଇଲରୁ ୱାଟ୍ସଅପ ମାଧ୍ୟମରେ ମେସେଜ ଆସିଥିଲା । ଯାହାକୁ ନେଇ ପ୍ରେମିକ ପ୍ରବର ଅହିତ ଓରଫ ଅହିମ ଖାନ ଲିଜାକୁ ହତ୍ୟାକରୀ ଘଟଣାକୁ ଆତ୍ମହତ୍ୟାର ରୂ ଦେବାକୁ ଯାଇ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ଘଟଣା ସ୍ଥଳରେ ସମସ୍ତ ପ୍ରକାର ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତ ଲିଜାର ମୋବାଇଲରୁ ସିମ କାର୍ଡ କାଢି ଘର ଭିତରେ ଫିଙ୍ଗି ଦେଇ ମୋବାଇଲ ଧରି ଚମ୍ପଟ ମାରିଥିଲା ।

ତେବେ ଲିଜା ସବୁ ସମୟରେ ମୋବାଇଲ ନିଜ ପାଖରେ ରଖୁଥିବା ବେଳେ କେବଳ ଚାର୍ଜର ବ୍ୟତୀତ ଆଉ କିଛି ନଥିବାରୁ ପୋଲିସ ପ୍ରଥମରୁ ହିଁ ଏହା ଏକ ସୁରିକଳ୍ପିତ ହତ୍ୟା କାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ଦୁଇ ଜଣ ପ୍ରେମିକ ରହିଥିବା ପୋଲିସ ସୁରାକ ପାଇ ଦୁଇ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ସହ ତଦନ୍ତକୁ ଆହୁରି ବ୍ୟାପକ କରିଥିଲା । ତେବେ ଘର ଭିତରେ ହିଁ ମୋବାଇଲ ସିମ କାର୍ଡ ଭଙ୍ଗା ଦଦରା ଅବସ୍ଥାରେ ପୋଲିସ ଉଦ୍ଧାର କରିବା ପରେ ମୋବାଇଲ ସିମ କାର୍ଡକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିଲା । ଏହାର ସୁଯୋଗ ନେଇ ପ୍ରେମିକ ତଥା ହତ୍ୟାକାରୀ ଅହିମ ଖାନ ଫେରାର ମାରିଥିଲା । ତେବେ ପୋଲିସ ଅହିମ ଖାନକୁ କାବୁ କରି ଲାଇ ଡିଟେକ୍ଟର ମାଧ୍ୟମରେ ଅଧିକ ତଦନ୍ତ କରିବା ପରେ ସବୁ ତଥ୍ୟ ଉପରୁ ପରଦା ହଟିଛି । ଏହି ମାମଲାକୁ ଟିଟିଲାଗଡ଼ ଏସଡ଼ିି ଓ ସୁରେନ୍ଦ୍ର ନାଥ ଶତପଥି ନିଜେ ତଦନ୍ତ କରି ହତ୍ୟାକାରୀ ଅହିମ ଖାନକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ଦୀର୍ଘ ଏକ ବର୍ଷ ପରେ ହତ୍ୟାକାରୀକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।

Get real time updates directly on you device, subscribe now.