fbpx
BJD SKY
BJD SKY

ପୃଥିବୀ ଶେଷ ହେବାର ମିଳୁଛି କି ସଂକେତ ! ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ

BJD

ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖାଯିବା ପରେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇଛି । କଳାମୁଗୁନି ପଥରରେ ନିର୍ମିତ ଅରୁଣ ସ୍ତମ୍ଭରେ କିଭଳି ଫାଟ ଦେଖାଦେଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ୩୩ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ସ୍ତମ୍ଭକୁ ରାଜା ଦିବ୍ୟସିଂହଦେବ କୋଣାର୍କରୁ ଆଣି ସ୍ଥାପନ କରିଥିଲେ ।ଏହାକୁ ମରାମତି କରିବା ପାଇଁ ଏଏସଆଇକୁ ଚିଠି ଲେଖାଯାଇଛି ।

କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଅରୁଣ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ହୋଇଥିବା ବେଳେ ଏଥିରେ ଉତ୍କଳୀୟ ପ୍ରସ୍ତର କାରୁକାର୍ଯ୍ୟ ଭକ୍ତଙ୍କ ମନରେ ଧର୍ମ ଭାବନାକୁ ଜାଗ୍ରତ କରୁଛି। ଏହି ସ୍ତମ୍ଭଟି ଭୂମି ଠାରୁ ପ୍ରାୟ ୧୭ ଫୁଟ ଉଚ୍ଚରେ ପୂର୍ବ ମୁହାଁ ହୋଇ ଠିଆ ହୋଇଛି। ଶ୍ରୀମନ୍ଦିରକୁ ମ‌ହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଦର୍ଶନ କରିବା ପରେ ସିଂହଦ୍ଵାର ଦେଇ ଭିତରକୁ ପ୍ରବେଶ କରିଥାନ୍ତି।

ତେବେ ଏହି ସ୍ତମ୍ଭର ଫାଟ ମଝିରେ ତିନଟି ସ୍ଥାନରେ ଗାତ ସୃଷ୍ଟି ହୋଇଥିବାରୁ ଭକ୍ତଙ୍କ ମହଲରେ ତନାଘନା ଚାଲିଛି। ତେବେ ଫାଟ ଓ ଗାତ ଥିବା ସ୍ଥାନକୁ ଏଏସଆଇ ପକ୍ଷରୁ ମରାମତି କରିବା ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଅରୁଣ ସ୍ତମ୍ଭରେ ଫାଟ କିମ୍ବା ଗାତ ଥିବା ଯଦି ଜଣାପଡେ ତେବେ ତୁରନ୍ତ ଏହାର ମରାମତି କରାଯିବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର।

Get real time updates directly on you device, subscribe now.