fbpx
BSKY
BJD SHG SKY
BJD YOUTH SKY

ଏହି ପୁଅମାନଙ୍କ ପ୍ରତି ଶୀଘ୍ର ଆକୃଷ୍ଟ ହୁଅନ୍ତି ଝିଅମାନେ: ନାଁରୁ ଜଣା ପଡିବ ବ୍ୟକ୍ତିତ୍ୱ

ଓଡିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିର ଭାଗ୍ୟ ରେଖା ସହିତ ତାର ନାଁ ର ମଧ୍ୟ ବହୁତ ମହତ୍ୱ ରହିଥାଏ । ଯାହାଫଳରେ ଆମେ କୌଣସି ବ୍ୟକ୍ତିଙ୍କ ନାମରୁ ହିଁ ତାଙ୍କ ସ୍ୱଭାବ ବିଷୟରେ ଅନେକ କିଛି ଜାଣି ପାରିଥାଉ । ତେବେ ଏ ନେଇ ଅଙ୍କ ଜ୍ୟୋତିଶ ଶାସ୍ତ୍ର ବିଶାରଦମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି । ସେଥିପାଇଁ କୁହାଯାଏ ଯେ କୌଣସି ପିଲାର ନାମକରଣ ପୂର୍ବରୁ ବାରମ୍ବାର ଚିନ୍ତା କରିବା ଉଚିତ । ସେହିପରି ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ, ତାଙ୍କ ଭବିଷ୍ୟତର ଜୀବନସାଥୀ ତାଙ୍କୁ ଖୁବ ଭଲପାଇବା ଦେଉ ଏବଂ ତାଙ୍କର ଯତ୍ନ ନେଉ । ଏଥିପାଇଁ ଆପଣ ପସନ୍ଦ କରୁଥିବା ବ୍ୟକ୍ତି ଜଣକ ସ୍ୱଭାବରେ ଭଲ ଏବଂ କୋମଳ ହୋଇଥିବା ଆବଶ୍ୟକ ।

ତେବେ ଅଙ୍କ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଅଧିକାଂଶ ସମୟରେ ତାଙ୍କ ସ୍ୱଭାବ ବିଷୟରେ ସୂଚନା ଦେଇଥାଏ । ଏଥିସହିତ ବ୍ୟକ୍ତିଙ୍କ ନାମ ଏବଂ ତାଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଏକ ସମ୍ପର୍କ ରହିଥାଏ । ବର୍ତ୍ତମାନ ଆସନ୍ତୁ ଆପଣଙ୍କ ନାମ ଏବଂ ଜାଣିବା ଆପଣଙ୍କ ସାଥୀଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ସ୍ୱଭାବ ବିଷୟରେ କ’ଣ କହୁଛି?

ଏ ଅକ୍ଷରର ବ୍ୟକ୍ତି:

ଅଙ୍କ ଜ୍ୟୋତିଶ ଶାସ୍ତ୍ର ବିଶାରଦ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନଙ୍କ ନାମ ଇଂରାଜୀ ଅକ୍ଷର “ଏ’ ରୁ ଆରମ୍ଭ ହୋଇଥାଏ ସେମାନେ ଖୁବ ରୋମାଣ୍ଟିକ ହୋଇଥାନ୍ତି । ସେମାନେ ନିଜ ପାର୍ଟନରଙ୍କର ବହୁତ ଯତ୍ନ ମଧ୍ୟ ନେଇଥାନ୍ତି । ତେବେ ଏ ଅକ୍ଷରର ବ୍ୟକ୍ତିମାନେ ପତ୍ନୀଙ୍କୁ ଅଧିକରୁ ଅଧିକ ଭଲପାଇବା ଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ କୃପା ଏହି ନାମର ବ୍ୟକ୍ତିଙ୍କ ଉପରେ ସର୍ବଦା ରହିଥାଏ । ଏମାନେ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି ଏବଂ ଧନ ଉପାର୍ଜନରେ ଖୁବ ଆଗରେ ରହିଥାନ୍ତି ।

ଡି ଅକ୍ଷରରେ ନାମ ଥିବା ବ୍ୟକ୍ତି:

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତିମାନଙ୍କ ହୃଦୟ ସରଳ ଏବଂ ସ୍ୱଚ୍ଛ ହୋଇଥାଏ । ସେମାନେ କୋମଳ ସ୍ୱଭାବର ହୋଇଥାନ୍ତି । ଏହି ଲୋକମାନେ ନିଜ ସାଥୀଙ୍କର ବହୁତ ସମ୍ମାନ କରିଥାନ୍ତି ଏବଂ ତାଙ୍କ ଭାବନାକୁ ମଧ୍ୟ ସମ୍ମାନ ଦେଇଥାନ୍ତି । ତେବେ ଡି ଅକ୍ଷରର ବ୍ୟକ୍ତିମାନେ ତାଙ୍କ ପତ୍ନୀଙ୍କୁ ଖୁସିରେ ରଖିବା ପାଇଁ ତାଙ୍କର ସମସ୍ତ କଥା ରଖିଥାନ୍ତି ।

ଭି ଅକ୍ଷରରେ ନାମ ଥିବା ବ୍ୟକ୍ତି:

ଭି ଅକ୍ଷରରେ ଯେଉଁମାନଙ୍କ ନାମ ଆରମ୍ଭ ହୋଇଥାଏ, ସେମାନେ ଗମ୍ଭୀର ସ୍ୱଭାବର ହୋଇଥାନ୍ତି ବୋଲି କୁହାଯାଏ । ଏମାନେ ନିଜ ସମ୍ପର୍କକୁ ନେଇ ଖୁବ ଗମ୍ଭୀର ଏବଂ ଇମୋସନାଲ ହୋଇଥାନ୍ତି । ଅଙ୍କ ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ଏହି ଅକ୍ଷରର ବ୍ୟକ୍ତିମାନେ ନିଜ ପତ୍ନୀଙ୍କୁ ଖୁସି ରଖିବା ପାଇଁ ସେମାନଙ୍କର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି ।

ପି ଅକ୍ଷରରେ ନାମ ଥିବା ବ୍ୟକ୍ତି:

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ବିଷୟରେ କୁହାଯାଏ ଯେ, ଏମାନେ ଖୁବ ଧନ ରୋଜଗାର କରିଥାନ୍ତି । ସମାଜରେ ଏହି ବ୍ୟକ୍ତିମାନଙ୍କ ମାନ ସମ୍ମାନ ମଧ୍ୟ ଖୁବ ଅଧିକ ରହିଥାଏ । ପି ଅକ୍ଷରର ବ୍ୟକ୍ତିମାନେ ପରିଶ୍ରମୀ ସ୍ୱଭାବର ବ୍ୟକ୍ତି ହୋଇଥିବା ବେଳେ ଏମାନେ ଜୀବନରେ ଅନେକ ଉନ୍ନତି କରିଥାନ୍ତି । ଜୀବନସାଥୀଙ୍କୁ ଖୁସିରେ ରଖିବା ପାଇଁ ଏମାନେ ଭରପୂର ଚେଷ୍ଟା କରିଥାନ୍ତି ।

Get real time updates directly on you device, subscribe now.