fbpx

ଲଜ୍‌ରେ ଚାଲିଥିଲା ସେକ୍ସ୍‌ ରାକେଟ, ଚଢ଼ଉ ବେଳେ ୨ ରୂପଜୀବୀ ଉଦ୍ଧାର: ଲଜ୍ ମାଲିକ ସହ ୨ ଗିରଫ

ଗୁଣପୁର, (ଭାସ୍କର ନ୍ୟୁଜ୍‌): ରାୟଗଡା ଜିଲ୍ଲା ଗୁଣୁୁପୁର ସହରର ଦୁଇ ଲଜ୍‌ରେ ଦୀର୍ଘ ଦିନଧରି ଚାଲିଥିଲା ସେକ୍ସ ରାକେଟ୍‌କୁ ପୋଲିସ ଠାବ କରିଛି । ଘଟଣାରେ ଦୁଇ ଲଜ୍‌ରେ ମାଲିକଙ୍କ ସହ ୨ଗ୍ରାହକକୁ ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ ଗୁଣୁପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳର ଏଆର୍‌କେଏସ୍‌ ଓ ହଳଦିଆ ନାଳ ନିକଟସ୍ଥ ଲଜ୍‌ ଭାନୁଦେବ ସେକ୍ସ୍‌ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ । ଆଦର୍ଶ ନଗର ଅଞ୍ଚଳ ଏଆର୍‌କେଏସ୍‌ ଲଜ୍‌ରେ ଚଢ଼ାଉ ବେଳେ ଏହାର ମାଲିକ ପ୍ରଭାକର ସାବତ ଓ ଗ୍ରାହକ ରତ୍ନାଲୁ ବାବୁରାଓକୁ ଗିରଫ କରିଛି ।

ସେହିପରି ଲଜ୍‌ ଭାନୁଦେବ ଚଢ଼ାଉ ବେଳେ ଏହାର ମାଲିକ ସନ୍ତୋଷ ସାହୁ ଓ ମ୍ୟାନେଜର ସନ୍ତୋଷ କୁମାର ମହାପାତ୍ର ସମେତ ଦୁର୍ଗୀ ଗ୍ରାମର ଗ୍ରାହକ ସୁଶାନ୍ତ ପରିବାକୁ ପୋଲିସ ଗିରଫ କରିଛି । ଏଥିସହ ସେକ୍ସ୍‌ରେ ଜଡିତ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଛି । ସେହିପରି ପୋଲିସ ୧୦ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଓ କିଛି ଆପତି ଜନକ ସାମଗ୍ରୀ ଜବତ କରିଛି ପୋଲିସ୍‌ । ଗିରଫ ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗୁଣୁପୁର ଆଇଆଇସି ଆଶ୍ରିତା ଖଲକୋ ସୂଚନା ଦେଇଛନ୍ତି । ତେବେ ଏଆର୍‌କେଏସ୍‌ର ମାଲିକ ପ୍ରଭାକର ସାବତ ଗୁଣୁପୁର ଭାମିନିସ୍ଥିତ ଆଇଆର୍‌ ବିନ ଦ୍ୱିତୀୟ ବାଟାଲିୟନରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଚାକିରିରୁ ବହିଷ୍କୃତ ହେବା ପରେ ଏଆର୍‌କେଏସ୍‌ ଲଜ୍‌ ଖୋଲି ସେକ୍ସ ରାକେଟ୍‌ରେ ଜଡିତ ରହିବା ସହ ବାହାରୁ ଯୁବତୀଙ୍କୁ ଆଣି ସେକ୍ସ୍‌ ରାକେଟ ଚଳାଇ ଆସୁଥିବା ପୋଲିସ ସୂଚନା ଦେଇଛି । ତେବେ ସେକ୍ସ୍‌ ରାକେଟ ଠାବ ପରେ ଏବେ ନାମିଦାମି ଲଜ୍‌ ମାନଙ୍କ ମଧ୍ୟରେ ଛନକା ପଶିଛି ।

Get real time updates directly on you device, subscribe now.