ନୂଆଦିଲ୍ଲୀ: ଆଜି ପବିତ୍ର ଧନତେରସ । ଦୀପାବଳିର 2ଦିନ ପୂର୍ବରୁ ଅର୍ଥାତ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ । ଘନତେରସ ଖୁସି, ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବେ ବିବଚନା କରାଯାଇଥାଏ । ଧନତେରସକୁ ଧନ ତ୍ରୟୋଦଶୀ ମଧ୍ୟ କୁହାଯାଏ ।
ଧନତେରସ 2ଟି ନାମକୁ ନେଇ ଗଠିତ । ଧନ ଏବଂ ତେରସ । ଧନର ଅର୍ଥ ହେଉଛି ଧନ ଏବଂ ସମୃଦ୍ଧତା । ସେହିପରି ତେରସର ଅର୍ଥ କ୍ୟାଲେଣ୍ଡରରେ ତ୍ରୟୋଦଶୀ ତାରିଖ । ଆଜିର ଦିନରେ ମାତା ଧନନ୍ତ୍ବରୀ, ମାତା ଲକ୍ଷ୍ମୀ ଏବଂ ଭଗବାନ କୁବରେଙ୍କୁ ପୂଜା କରାଯାଇଥାଏ ।
ଆଜି ଧନତେରଶ ଅର୍ଥାତ ତ୍ରୟୋଦଶୀ ସକାଳ 10.31 ମିନିଟରେ ଆରମ୍ଭ ହୋଇ ଆସନ୍ତାକାଲି ଦ୍ବିପହର 1.15 ମିନିଟରେ ଶେଷ ହେବ । ପ୍ରଦୋଷ କାଳ ଆଜି ସନ୍ଧ୍ୟା 5ଟା 38 ମିନିଟରୁ ରାତି 8ଟା 13ରେ ଶେଷ ହେବ ।
କେତେବେଳେ କିଣିବେ ସୁନା- ଧନତେରସରେ ଅଳଙ୍କାର କିଣିଲେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।
- ପ୍ରଥମ କ୍ରୟ ସମୟ- ସକାଳ 6:31 ରୁ 10:31 ପର୍ଯ୍ୟନ୍ତ ।
- ଦ୍ବିତୀୟ କ୍ରୟ ସମୟ- ଦିନ 11ଟା 42ରୁ 12ଟା 27 ପର୍ଯ୍ୟନ୍ତ ।
- ତୃତୀୟ କ୍ରୟ ସମୟ- ଅପରାହ୍ନ 5:38 ରୁ 6:04 ପର୍ଯ୍ୟନ୍ତ ଚାଲିବ ।
ଧନତେରସରେ କଣ କିଣିବେ କଣ ନକିଣିବେ-
- ଧନତେରସରେ ସୁନା ଏବଂ ରୂପା ବାସନ କିଣିପାରିବେ । କିନ୍ତୁ ଲୁହା କିଣିବା ଠାରୁ ଦୂରରେ ରୁହନ୍ତୁ ।
- ଭଗବାନ ଧନନ୍ତ୍ବରୀ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହାସହିତ ଘର ସଫାସଫି କରନ୍ତୁ ।
- ଆଜିର ଦିନରେ କାହାଠାରୁ ଋଣ ନେବା ଅନୁଚିତ୍ । ଏହାସହିତ ଋଣ ମଧ୍ୟ ଦିଅନ୍ତୁ ନାହିଁ ।
- ଆଜିର ଦିନରେ ଅଶୁଦ୍ଧ ସ୍ଥାନରେ ପୂଜା କରନ୍ତୁ ନାହିଁ । କ୍ରୋଧ ଏବଂ ନକାରାତ୍ମକ ଶକ୍ତିଠାରୁ ଦୂରରେ ରୁହନ୍ତୁ ।