ନୂଆଦିଲ୍ଲୀ: ଆଜି ଧନତେରାସ । ଆଜିର ଏହି ପବିତ୍ର ଦିନରେ ସୁନା କିଣିରେ ସୁଖ, ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ଧନତେରାସକୁ ଦୃଷ୍ଟିରେ ରଖି ସୁନା ରୂପା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଆଜିର ଦିନରେ କେତେକ ପ୍ଲାଟଫର୍ମ ଗ୍ରାହକଙ୍କ ପାଇଁ ଲୋଭନୀୟ ଅଫର ପ୍ରଦାନ କରୁଛନ୍ତି । ଅନଲାଇନ ଗ୍ରୋସରୀ ପ୍ଲାଟଫର୍ମ ସ୍ବିଗି ଇନଷ୍ଟାମାର୍ଟ, ବ୍ଲିଙ୍କଇଟ୍, ବିଗବାସ୍କେଟ ଏବଂ ଜେପ୍ଟୋ ସୁନା କିଣିଲେ ଗ୍ରାହକଙ୍କ ପାଖକୁ 10 ମିନିଚରେ ପହଞ୍ଚାଇବେ ବୋଲି କହିଛନ୍ତି ।
ତେଳେ ଅଳଙ୍କାର କିଣିବା ପାଇଁ ଧନତେରାସ ଠାରୁ ଆଉ କିଛି ସର୍ବତ୍ତୋମ ଦିନ ହୋଇନଥାଏ ବୋଲି କୁହାଯାଅଛି । ଆଜିର ଦିନରେ ସୁନା, ରୂପା କ୍ରୟ କରିବା ଦ୍ବାରା ଭାଗ୍ୟ ସପୋର୍ଟ କରିବା ସହିତ ସଫଳତା ମଧ୍ୟ ମିଳିଥାଏ । ତେବେ ଖବର ଅନୁସାରେ, ବ୍ଲିଙ୍କଇଟ୍ ଜୟାଲୁକାସ ଏବଂ ମାଲାବାର ସହିତ ପେୟାର ହୋଇଛି । ସେହିପରି ଜେପ୍ଟୋ ମାଲାବାର ଏବଂ ଅଗୋମୋଣ୍ଟ ସହିତ ଯୋଡି ହୋଇଛି । ଯଦି ସ୍ବିଗି ଇନଷ୍ଟାଣ୍ଟ କଥା ଦେଖିବା ତାହେଲେ ନେକବାଇ ଜାର, ମୁଥୁଟ ଏକଜିମ୍ ଏବଂ ମାଲାବାର ସହିତ ଯୋଡି ହୋଇଛି । ସେହିପରି ବିଗବାସ୍କେଟ ତନିସ୍କ ସହିତ ପେୟାର ହୋଇଛି ।
ସ୍ବିଗି ଇନଷ୍ଟାମାର୍ଟରେ 24 କାରେଟ୍ ଗୋଲ୍ଡ କଏନ(0.1 g, 0.5 g, 0.25 g and 1 g) କିଣିପାରିବେ । ସେହିପରି ବ୍ଲିଙ୍କଇଟରୁ 24K ଲକ୍ଷ୍ମୀ ଗୋଲ୍ର୍ଡ କଏନ, ମାଲାବାରର 24 କ୍ୟାରେଟ୍ ଲକ୍ଷ୍ମୀ ରୋଜ ଗୋଲ୍ଡ କଏନ, 99.9 ସିଲଭର କଏନ, ଲକ୍ଷ୍ମୀ ଗଣେଷ ସିଲଭର କଏନ(10G), ଜୟଲୁକାସ 24 କ୍ୟାରେଟ ଲକ୍ଷ୍ମୀ ଗଣେଶ ଗୋଲ୍ଡ କଏନ କିଣିପାରିବେ । ବିଗବସ୍କେଟରେ, ଆପଣ ତନିସ୍କର ଲକ୍ଷ୍ମୀ ଗଣେଶ (999.9 ଶୁଦ୍ଧତା) ରୂପା ମୁଦ୍ରା (10 ଗ୍ରାମ), 22 କାରେଟ ସୁନା ମୁଦ୍ରା (1 ଗ୍ରାମ), ଏବଂ / କିମ୍ବା ଲକ୍ଷ୍ମୀ ମୋଟିଫ୍ (1 ଗ୍ରାମ) କ୍ରୟ କରିପାରିବେ । ସେହିପରି ଜେପ୍ଟୋରେ ଅଗମୋଣ୍ଟ 24 କ୍ୟାରେଟ୍ ବାନୟାନ୍ ଟ୍ରି ଗୋଲ୍କଡ କଏନ, 24 କ୍ୟାରେଟ୍ ପ୍ୟୁର ସିଲଭର କଏନ ଏବଂ ରୋଦ ଗୋଲ୍ଡ କଏନ କିଣିପାରିବେ । ତେବେ ଆପ ଜରିଆରେ ଦର ଏବଂ ସହରରେ ଡେଲିଭରୀ ବିଷୟରେ ଜାଣିପାରିବେ । ଦୀପାବଳିର 2ଦିନ ପୂର୍ବରୁ ଅର୍ଥାତ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ । ଘନତେରସ ଖୁସି, ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବେ ବିବଚନା କରାଯାଇଥାଏ । ଧନତେରସକୁ ଧନ ତ୍ରୟୋଦଶୀ ମଧ୍ୟ କୁହାଯାଏ ।