fbpx

ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହି ସବୁ ଜିନିଷ, ମାଡ଼ି ଆସିବ ବିପଦ

ଭୁବନେଶ୍ବର (ଭାସ୍କର ନ୍ୟୁଜ): ଏଥର ଦୀପର ପର୍ବ ଦୀପାବଳି ନଭେମ୍ବର ୪ ତାରିଖରେ ପଡୁଛି । ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି । ଦୀପାବଳି ଭଳି ଧନତେରସର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏଥର ଧତେରସ ୨ ତାରିଖରେ ପଡୁଛି । ଏହି ଦିନ ସୁନା, ରୁପା, ବାସନ, ଝାଡୁ ଭଳି ଅନେକ ଜିନିଷ କିଣାକିଣି କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ କିଣାକିଣି କରିବା ବହୁତ ଶୁଭ ବୋଲି କୁହାଯାଏ । ଏହି ଦିନ କିଣାକିଣି କଲେ ଧନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ସେଥିପାଇଁ ଧନତେରସ ଦିନ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ତେବେ ଏହି ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଜାଣିଛନ୍ତି । କାରଣ ଏହା ଅଶୁଭ ହୋଇଥାଏ ।

ତେବେ ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହିସବୁ ଜିନିଷ ଧନତେରସ ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଆସନ୍ତୁ ଜାଣିବା । ଧନତେରସ ଦିନ କାଚ କିମ୍ବା କାଚରେ ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ । କାଚର ସମ୍ପର୍କ ରାହୁ ଗ୍ରହ ସହ ରହିଛି । ସେଥପାଇଁ ଧନତେରସ ଭଳି ଶୁଭ ଦିନରେ କାଚ ଜିନିଷ କିଣିବାକୁ ବାରଣ କରାଯାଇଥାଏ । ଧନତେରସ ଦିନ ଧାରୁଆ ଜିନିଷ କିମ୍ବା ଅସ୍ତ୍ର କିଣିବା ଅନୁଚିତ । ଯେପରିକି ଛୁରୀ, କଇଁଚି, ଖଣ୍ଡା ଭଳି ଜିନିଷ କିଣିବା ଉଚିତ ନୁହେଁ । ଧନତେରସରେ ଧାରୁଆ ଜିନିଷ କିଣିବା ଅଶୁଭ ବୋଲି କୁହାଯାଏ ।

Get real time updates directly on you device, subscribe now.