fbpx

OPSC Recruitment 2021: ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବାହାରିଲା ୬୦୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତ ବାହାରିଛି । ଏହି ପଦବୀ ପାଇଁ ୨୬ ଅକ୍ଟୋବର୨୦୨୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୨୫ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଓପିଏସସିର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଏ ବାବଦରେ ଆୟୋଗ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବିଭିନ୍ନ ବିଷୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ୬୦୬ ଟି ଖାଲି ପଦବୀରେ ନିଯୁକ୍ତି ଦିଆଯିବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନର ଆରମ୍ଭ ତାରିଖ – ୨୬ ଅକ୍ଟୋବର ୨୦୨୧
ଆବେଦନ କରିବାର ଶେଷ ତାରିଖ – ୨୫ ନଭେମ୍ବର ୨୦୨୧
ଅଫିସିଆଲ୍ ୱେବସାଇଟ୍ – http://opsc.gov.in

ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଉପରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ୫୫% ମାର୍କ ସହ ପାସ୍ ହୋଇଥିବା ବାଧ୍ୟତାମୂଳକ । ଅଧିକ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ସୂଚନା ପାଇଁ ପ୍ରାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତି ଦେଖିପାରିବେ ।

ବୟସ :

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି ଓ ଏସଟି ବର୍ଗ ପ୍ରାର୍ଥୀଙ୍କ ଉପରେ ବୟସ ସୀମା ୫ ବର୍ଷ କମ୍ କରାଯାଇଛି ।

ଚୟନ ପ୍ରକ୍ରିୟା:

ଆବେଦନକାରୀ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ ଓ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଇଣ୍ଟରଭ୍ୟୁରେ ପ୍ରାପ୍ତ ମାର୍କ ଆଧାରରେ ଚୂଡ଼ାନ୍ତ ଚୟନ କରାଯିବ ।

ଏହିପରି ଆବେଦନ କରନ୍ତୁ :

୧ – ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ http://opsc.gov.inକୁ ଯାଆନ୍ତୁ ।
୨ – “OPSC Asst Professor Recruitment ” ଲିଙ୍କରେ କ୍ଲିକ୍ କରନ୍ତୁ ।
୩ – ମଗାଯାଇଥିବା ତଥ୍ୟ ପୂରଣ କରନ୍ତୁ ଓ ସବମିଟ୍ କରନ୍ତୁ ।
୪ – ଫର୍ମ ପକାଇବାର ଫିସ୍ ଦିଅନ୍ତୁ ।
୫ – ଆବେଦନ ଫର୍ମକୁ ଫାଇନାଲ ସବମିଟ୍ କରନ୍ତୁ ।
୬ – ଏହା ପରେ ଫର୍ମର ଏକ କପି ଡାଉନଲୋଡ୍ କରି ଆପଣଙ୍କ ପାଖରେ ରଖନ୍ତୁ ।

Get real time updates directly on you device, subscribe now.