fbpx

News across the Earth, news close to your heart, Read Odisha Bhaskar English

ଜାଲରେ ପଡିଲା ୩୩ଟି ତେଲିଆ ମାଛ, କୋଟିଏ ଟଙ୍କାରେ କିଣି ନେଲା କୋଲକାତାର ଏକ ଔଷଧ କମ୍ପାନି

ବାଲେଶ୍ବର(ଭାସ୍କର ନ୍ୟୁଜ୍) : ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘା ମୁହାଣରେ ଏକ ମାଛଧରା ଟ୍ରଲ୍‌ର ଜାଲରେ ପଡିଲା ୩୩ଟି ତେଲିଆ ମାଛ। ଏହି ମାଛ ୧ କୋଟି ଟଙ୍କାରେ  ବିକ୍ରି ହୋଇଥିବା ଜଣାପଡିଛି। ଗୋଟିଏ ତେଲିଆ ମାଛର ଓଜନ ପ୍ରାୟ ୫୦ରୁ ୧୨୦ କିଲୋ ମଧ୍ୟରେ ହେବ ବୋଲି ଜଣାପଡିଛି।

ସୂଚନା ମୁତାବିକ, ଦୀଘା ମୁହାଣରୁ ମା’ ବାସନ୍ତୀ ନାମକ ଏକ ମାଛଧରା ଟ୍ରଲର ସମୁଦ୍ରକୁ ମାଛ ଧରିବାକୁ ବାହାରି ଯାଇଥିଲା । ମଙ୍ଗଳବାର ଅନ୍ୟ ମାଛ ସହିତ ୩୩ଟି ତେଲିଆ ମାଛକୁ ଧରି କୂଳରେ ପହଞ୍ଚିଥିଲା । ମୁହାଣରେ ଥିବା ଶ୍ୟାମସୁନ୍ଦର ଦାସଙ୍କ କଣ୍ଟାରେ ତାହାକୁ କିଲୋ ପ୍ରତି ୧୨ହଜାର ୬ଶହ ଟଙ୍କା ଦରରେ ବିକ୍ରି ହୋଇଥିଲା । କୋଲକାତାର ଏକ ଔଷଧ କମ୍ପାନି ଏହି ମାଛକୁ ୧ କୋଯି କିଣିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.