fbpx

ବକ୍ସ ଅଫିସରେ ଜାରୀ ରହିଛି ଦୃଶ୍ୟମ୍-୨ର ଧମାଲ; ଦୁଇ ସପ୍ତାହରେ ରୋଜଗାର କରିଛି ଏତିକି କୋଟି…

ମୁମ୍ବାଇ: ଲକଡାଉନ୍ ପରଠାରୁ ସବୁ କ୍ଷେତ୍ରରେ ମାନ୍ଦାବସ୍ତା ଦେଖାଦେଇଛି । କିନ୍ତୁ ଖାସ କରି ସିନେମା କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ତେବେ ୨୦୧୯ ପରେ ଅନେକ ଫିଲ୍ମ ରିଲିଜ ହେଉଥିଲେ ମଧ୍ୟ କିଛି ଫିଲ୍ମ ଭଲ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି । ତେବେ ସେହିଭଳି ଏକ ଫିଲ୍ମ ହେଉଛି ଦୃଶ୍ୟମ୍-୨ । ଯାହାକି ମୁକ୍ତିଲାଭ ପରଠାରୁ ବକ୍ସ ଅଫିସରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ଫୁଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି । ଫଳରେ ଏହା ମାତ୍ର ୨ ସପ୍ତାହରେ ପଖାପାଖି ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।

ଦୁଇ ସପ୍ତାହରେ ଏତିକି କୋଟି ରୋଜଗାର: ଏହି ଚଳତିତ୍ରରେ ଅଜୟ ଦେବଗନଙ୍କ ଅଭିନୟ, ଏବଂ ଆଇଜି ଭୁମିକାରେ ଥିବା ତେବେ ଅକ୍ଷୟ ଖାନ୍ନାଙ୍କ ଦମଦାର ଏଣ୍ଟ୍ରୀ ଏହି ଚଳଚ୍ଚିତ୍ରରେ ଟ୍ୱିଷ୍ଟ ଆଣିଛି । ତେବେ ଦୃଶ୍ୟମ୍-୨ ରିଲିଜ ପରଠାରୁ ଆଜି ପର୍ଯ୍ୟନ୍ତ ବକ୍ସ ଅଫିସରେ ଆଗେଇ ଚାଲିଛି । ଏହା ରିଲିଜର ପ୍ରଥମଦିନରେ ହିଁ ୧୫ କୋଟି ୩୮ ଲକ୍ଷ ଟଙ୍କା ରୋଜଗାର କରିଥିଲା । ଏହାପରେ ଚଳଚ୍ଚିତ୍ର ଦୃଶ୍ୟମ୍-୨ ମାତ୍ର ଗୋଟିଏ ସପ୍ତାହରେ ୧୦୪. ୬୬ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୧୨୬.୫୮ କୋଟି ରୋଜଗାର କରିଥଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଜୟ ଦେବଗନଙ୍କ ଏହି ଫିଲ୍ମ ୧୬୦ କୋଟି ଟଙ୍କା ରୋଜଗାର କରିଛି ।

ତେବେ ଏହା ପୂର୍ବରୁ ବ୍ରହ୍ମାସ୍ତ୍ର ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ଏହା ୨ ସପ୍ତାହରେ ୨୨୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଏହା ସର୍ବମୋଟ ୪୧୮.୮ କୋଟି ଟଙ୍କା ରୋଜଗାର କରିଥିଲା । ଯାହାକି ଚଳିତ ବର୍ଷର ସବୁଠାରୁ ବଡ ବଜେଟ୍ । ସେହିପରି ଦୃଶ୍ୟମ୍ -୨ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବର୍ଷର ଦ୍ୱିତୀୟ ବଡ ବଜେଟ୍ ହୋଇଛି । ତେବେ କୁହାଯାଉଛି ଯେ ଯଦି ଫିଲ୍ମ ଦୃଶ୍ୟମ୍-୨ ଏହିପରି ଭାବେ ଆଉ କିଛି ଦିନ ଚାଲେ ତେବେ ଏହା ୨୫୦ କୋଟି ବଜେଟ୍ ଅତିକ୍ରମ କରିପାରେ ।

Get real time updates directly on you device, subscribe now.