fbpx

ଲାଇଗରକୁ ନେଇ ଫସିଲେ ଦେବରକୋଣ୍ଡା, ଦୀର୍ଘ ୧୨ ଘଣ୍ଟା ଧରି ଜେରା କଲା ଇଡି

ହାଇଦ୍ରାବାଦ: ଲାଇଗର ଫିଲ୍ମକୁ ନେଇ ଅଡୁଆରେ ଅଭିନେତା ବିଜୟ ଦେବରକୋଣ୍ଡା। ମନି ଲଣ୍ଡ୍ରିଂ ମାମଲାରେ ବୁଧବାର ତାଙ୍କୁ ପଚରା ଉଚୁରା କରିଛି। ଇଡି ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିବା ପରେ ହିଁ ଛାଡିଛି। ତଦନ୍ତରେ ସହଯୋଗ କରିବା ସହ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଦେବରକୋଣ୍ଡା କହିଛନ୍ତି।  ଅଭିନେତାଙ୍କୁ ଇଡି ସକାଳ ୯ଟା ୩୦ରୁ ରାତି ପ୍ରାୟ ୯ଟା ଯାଏଁ ପଚରା ଉଚୁରା କରିଥିଲା।

ଇଡି ଏହି ଫିଲ୍ମକୁ ନେଇ ଦେବରକୋଣ୍ଡାଙ୍କ ପୂର୍ବରୁ ନିର୍ମାତା ଚାରମି କୌରଙ୍କୁ ପଚରା ଉଚୁରା କରିଥିଲା। କୌରଙ୍କୁ ଇଡି ନଭେମ୍ବର ୧୭ରେ ବିଦେଶୀ ମୁଦ୍ର ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ବା ମନି ଲଣ୍ଡ୍ରିଂ ଅଭିଯୋଗକୁ ଜେରା କରିଥିଲା। ଲାଇଗର ହେଉଛି ଦେବରକୋଣ୍ଡାଙ୍କ ପ୍ରଥମ ଚଳଚ୍ଚିତ୍ର।

ସୂଚନାଯୋଗ୍ୟ,  ଲାଇଗର ଫିଲ୍ମରେ ବଜେଟ୍ ୧୦୦ କୋଟି ରହିଥିଲା। ଫିଲ୍ମରେ ଆମେରିକାନ୍ କିମ୍ବଦନ୍ତୀ ବକ୍ସିଂ ମାଇକ୍ ଟାଇସନଙ୍କୁ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମ ବକ୍ସ ଅଫିସରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା।  ଅଗଷ୍ଟ ୨୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ବିଜୟଙ୍କ ଦେବରକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ଏବଂ ରାମ୍ୟା କୃଷ୍ଣନ ଭଳି ପ୍ରମୁଖ ଅଭିନେତ୍ରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.