fbpx

ଜଣେ ନୁହେଁ କି ଦୁଇଜଣ ନୁହେଁ ୬ଜଣ ଯୁବତୀଙ୍କୁ ବିବାହ କରିଥିଲେ, ଶେଷରେ ଏମିତି ପଡିଲେ ଧରା

ବିହାର: ଦୁନିଆରେ ଏପରି ଲୋକ ଅଛନ୍ତି ଯିଏ ଭୁଲ କାମ କରି ଧରା ପଡି ଦଣ୍ଡିତ ହେଉଛନ୍ତି । ହେଲେ କିଛି ଲୋକ ଏମିତି ଅଛନ୍ତି ଯିଏ ଜଘନ୍ୟ କାଣ୍ଡ କରି ମଧ୍ୟ ଧରି ପଡୁନାହାନ୍ତି । ଏପରି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ଜଣେ ୫୦ବର୍ଷିୟ ବ୍ୟକ୍ତି ୪ଟି ରାଜ୍ୟରେ ୬ଜଣ ମହିଳାଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଖବର ଯେତେବେଳେ ସବୁ ସ୍ତ୍ରୀ ମାନେ ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଲା । ବିହାରର ଜାମୁଇ ରେଳ ଷ୍ଟେସନରେ ଜଣେ ପତ୍ନୀଙ୍କ ଭାଇ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ସହ ଦେଖିବା ପରେ କଥାଟି ଲୋକଲୋଚନ କୁ ଆସିଥିଲା ।

ଏହି ମାମଲାରେ ତାଙ୍କୁ ଥାନାରେ ହାଜର କରାଇବା ପରେ ସେ ସବୁ କଥା ସ୍ୱୀକାର କରିଛନ୍ତି । ସେ ପୋଲିସକୁ ନିଜ ଅସଲି ନାମ ଛୋଟୁ କହିବା ସହ ରେଲୱେ ଷ୍ଟେସନରେ ଧରାପଡ଼ିବା ପରେ କହିଛନ୍ତି, ମୁଁ ୪ଟି ରାଜ୍ୟରେ ୬ଜଣ ମହିଳାଙ୍କୁ ବିବାହ କରିଛି । ଏହାକୁ ଶୁଣି ସବୁ ଲୋକଙ୍କ ହୋସ ଉଡିଯାଇଥିଲା । ତାଙ୍କ କହିବା କଥା ହେଲା ପ୍ରଥମ ସ୍ତ୍ରୀର ୪ଜଣ ଛୁଆ ଥିବା ସହ ଅନ୍ୟ ପତ୍ନୀର ୨ଟି ଛୁଆ ଅଛନ୍ତି ଯାହାକୁ ସେ ଦେଢ ବର୍ଷ ହେବ ଛାଡି ଦେଇଛନ୍ତି । ମିଡିଆ ସୂଚନା ଅନୁଯାୟୀ, ଛୋଟୁ କୁମାର ଭରହାଟ ଥାନା ଅଂଚଳର ଜାବତରୀ ଗାଁର ନିବାସୀ । ଗତ ସୋମବାର ଦିନ ତାଙ୍କ ସ୍ତ୍ରୀ ମଞ୍ଜୁଙ୍କ ଭାଇ ବିକାଶ ଜମୁଇ ଷ୍ଟେସନରେ କୋଲକାତା ଯିବା ପାଇଁ ଯାଇଥିବା ବେଳେ ସେ ଛୋଟୁଙ୍କୁ ଏକ ଅନ୍ୟ ମହିଳା ସହ ଦେଖିଥିଲେ ।

ବିକାଶଙ୍କୁ ଏହି ଦୃଶ୍ୟ ଦେଖି ସନ୍ଦେହ ପ୍ରକାଶ କରିବା ପରେ ନିଜ ପରିବାରକୁ ଜଣାଇଥିଲେ । ଏହାପରେ ଛୋଟୁର ଶାଶୁ କୋଭିୟା ଦେବୀ ପୁଲିସ ଆଗରେ ଅଭିଯୋଗ ଆଣିଛନ୍ତି । ସେ ରିପୋର୍ଟରେ ଏହା କହିଛନ୍ତି ଯେ, ତାଙ୍କ ଝିଅ ମଞ୍ଜୁ ୨୦୧୮ ମସିହାରେ ଛୋଟୁ ସହ ବିବାହ କରିଥିଲେ । ଏବେ ତାଙ୍କର ୨ଟି ଛୁଆ ଅଛନ୍ତି । ଛୋଟୁ ଦେଢ ବର୍ଷ ପୂର୍ବରୁ ଔଷଧ ଆଣିବା କଥା କହି ବାହାରକୁ ଯାଇଥିଲେ ଏବଂ ସେହି ସମୟରୁ ଆଉ ଘରକୁ ଫେରି ନଥିଲେ । ଏବେ ତାଙ୍କୁ ଅନ୍ୟ ମହିଳା ସହ ଦେଖିବାକୁ ମିଳିଛି । ଛୋଟୁଙ୍କ ବିବାହ ରାଂଚିର କବିତା ଦେବୀଙ୍କ ସହ ମଧ୍ୟ ହୋଇଛି ଏବଂ ତାଙ୍କର ୪ଟି ସନ୍ତାନ ଅଛି । ଛୋଟୁ ଦେବଘର, ସଂଗ୍ରାମପୁର, ସୁନ୍ଦରକୁଣ୍ଡ, ଦିଲ୍ଲୀ, ଚିନବାରିୟା ଏବଂ ରାଂଚିରେ ବିବାହ କରିଛନ୍ତି । ତାଙ୍କର ସମୁଦାୟ ୬ ଜଣ ସ୍ତ୍ରୀ ସହ ସାତ ଜଣ ଶିଶୁ ଅଛନ୍ତି ।

 

Get real time updates directly on you device, subscribe now.