fbpx

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚିଠି ଲେଖିଛନ୍ତି । ଓବିସି ଓ ଏସିବିସିଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଅଧିକ ସ୍ଥାନ ସଂରକ୍ଷଣ ହେଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଧିକ ସ୍ଥାନ ସଂରକ୍ଷଣ ପାଇଁ ମଧ୍ୟ କହିଛନ୍ତି । ସ୍ଥାନ ସଂରକ୍ଷଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି । ଏହାସହ ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ଦେଇଛନ୍ତି କେନ୍ଦ୍ର ସରକାର ବୋଲି ସେ କହିଛନ୍ତି । ରାଜ୍ୟରେ ପଛୁଆ ବର୍ଗଙ୍କ କମିସନ ଗଠନ ହୋଇନି । ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ପ୍ରତିବଦ୍ଧ ନଥିବା ଏହାର ପ୍ରମାଣ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.