fbpx

ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ! ରାସ୍ତା ମଝିରୁ ଚିହ୍ନଟ ହେଲା ଚପଲ-ବାଇକ୍

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ । ହିନ୍ଦୋଳ ବ୍ଲକ୍ ନୁଆଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ନିଖୋଜ ହୋଇଯାଇଛନ୍ତି । ସେ ନିଖୋଜ ହୋଇଯାଇଥିବା କଥାକୁ ସ୍ପଷ୍ଟ ରୂପ ଦେବାରେ ଲାଗିଛି ତାଙ୍କ ଚପଲ ଓ ବାଇକ୍ । କାରଣ ରାସ୍ତାରୁ ତାଙ୍କର ଚପଲ ଓ ବାଇକ୍ ଠାବ କରାଯାଇଛି । ଏନେଇ ପରିବାର ଲୋକ ଅଭିଯୋଗ କରିବା ପରେ କଣ୍ଟାବଣିଆ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ମୋବାଇଲ୍ ଟ୍ରାକିଂ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ୍ ତନାଘନା ଚଳାଇଛି । ଅପହରଣ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍ ।

Get real time updates directly on you device, subscribe now.