ପ୍ରବଚକ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଗିରଫ , ଦଳିତ ବିବାହରେ କରିଥିଲା ହାଙ୍ଗମା

ଛତ୍ରପୁର : ଟିଭିରେ ପ୍ରବଚନ ଦେଉଥିବା ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିବାଦୀୟ ଭାଇ ଶାଲିଗ୍ରାମ ଗର୍ଗଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ପରେ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। ସ୍ ଏକ ଦଲିଳ ପରିବାରର ବିବାହରେ ବନ୍ଧୁକଧରି ହଙ୍ଗାମା କରିବା ସହ ଧମକ ଦେବା ଘଟଣାରୁ ପୋଲିସ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି । । ଶାଲିଗ୍ରାମ ସହ ତାହାର ଏକ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି।

ପୋଲିସ ସୂତ୍ରରୁ ମିଳିଛି, ଯେ ଅତୀତରେ ଶାଲିଗ୍ରାମ ଗର୍ଗଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେହି ଭିଡିଓରେ ସେ ଅହିରୱାର ପରିବାରର ବିବାହ ସମାରୋହରେ ଲୋକଙ୍କୁ ଧମକ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓ ଆଧାରରେ ପୋଲିସ ପୀଡିତାଙ୍କ ପରିବାରକୁ ପଚରାଉଚରା କରିଥିଲା। ପରିବାରର ରିପୋର୍ଟକୁ ଭିତ୍ତି କରି ପୋଲିସ ଆକ୍ରମଣ, ହତ୍ୟା ଧମକ, ସମ୍ପତ୍ତି ନଷ୍ଟ କରିବା ପାଇଁ ଶାଲିଗ୍ରାମଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Get real time updates directly on you device, subscribe now.