fbpx

ରାଜ୍ୟର ପ୍ରଥମ ମହିଳା ବିଧାୟକ ପାଇଲା ନାଗାଲାଣ୍ଡ: ୬୦ ବର୍ଷର ଅପେକ୍ଷାର ଅନ୍ତ କଲେ ହେକାନୀ ଜଖାଲୁ

ନାଗାଲାଣ୍ଡ: ନାଗାଲାଣ୍ଡରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥାଏ । ଏହାପରେ ମଧ୍ୟ ନାଗାଲାଣ୍ଡ ଆଜି ପର୍ଯ୍ୟନ୍ତ ଜଣେ ମହିଳା ବିଧାୟିକା ପାଇ ପାରିନଥିଲା । ତେବେ ଚଳିତବର୍ଷ ଉପନିର୍ବାଚନରେ ଏହି ଧାରାରେ ପୂର୍ଣ୍ଣଚ୍ଛେଦ ପଡିଛି । ଏନଡିପିପିର ପ୍ରାର୍ଥୀ ହେକାନୀ ଜଖାଲୁ ଦୀମାପୁର-୩ରେ ବିଜୟ ହାସଲ କରି ନେଇଛନ୍ତି । ଏହା ସହିତ ନାଗାଲାଣ୍ଡର ୬୦ ବର୍ଷର ଅପେକ୍ଷାକୁ ଶେଷ କରିଛନ୍ତି ହେକାନୀ । ରାଜ୍ୟର ପ୍ରଥମ ମହିଳା ବିଧାୟିକା ଭାବେ ସେ ନୂଆ ପରିଚୟ ସୃଷ୍ଟି କରିଛନ୍ତି ।

ଚଳିତବର୍ଷ ୬୦ଟି ବିଧାନସଭା ଆସନରେ ୧୮୪ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରାଇଥିଲେ । ତେବେ ଏମାନଙ୍କ ମଧ୍ୟରୁ କେବଳ ୪ ଜଣ ମହିଳା ପ୍ରାର୍ଥୀ ରହିଥିବା ବେଳେ ଏନଡିପିପିର ହେକାନୀ ଜଖାଲୁ ଥିଲେ ପ୍ରମୁଖ ଦାବିଦାର । ତେବେ ଦୀନାପୁର-୩ ଆସନରୁ ତାଙ୍କର ବିଜୟ ସହ ନାଗାଲାଣ୍ଡକୁ ରାଜ୍ୟର ପ୍ରଥମ ମହିଳା ବିଧାୟକ ମଧ୍ୟ ମିଳିଯାଇଛନ୍ତି । ହେକାନୀ ଲଣ୍ଡନରେ ନିଜ ପୋଷ୍ଟ ଗ୍ରାଜୁଏଟ ଶେଷ କରି ଭାରତ ଫେରିଥିଲେ । ଏଠାରେ ଏନଜିଓ ସହିତ ଅନେକ ଦିନ କାମ କରିବା ପରେ ରାଜନୀତିକୁ ପାଦ ଥାପିଥିଲେ ।

ତେବେ ଏହି ଉପନିର୍ବାଚନରେ ହେକାନୀଙ୍କ ବ୍ୟତୀତ ଏନଡିପିପିର ଅନ୍ୟତମ ପ୍ରାର୍ଥୀ ୫୬ ବର୍ଷୀୟ ସାଲହୁଟୁଆନୋ କ୍ରୁସ ପଶ୍ଚିମ ଅଙ୍ଗାମୀ ଆସନରୁ ପ୍ରାର୍ଥୀ ରହିଥିଲେ । ତେବେ ଏଟୋଇଜୁ ଆସନ ପାଇଁ କାହୁଲୀ ସେମାଙ୍କୁ ନିର୍ବାଚନୀ ଟିକେଟ ମିଳିଥିଲା । ତେବେ ନାଗାଲାଣ୍ଡରେ ଲଗାତାର ମହିଳାଙ୍କୁ ରାଜନୀତିରେ ଆସିବା ପାଇଁ ବାରଣ ହୋଇଥାଏ । ତେବେ ହେକାନୀ ଜୁଖାଲିଙ୍କ ବିଜୟ ପରେ ଏହି ଦାରାରେ ମଧ୍ୟ ରୋକ ଲାଗିବ ବୋଲି ଆଶା ଦେଖାଯାଉଛି ।

Get real time updates directly on you device, subscribe now.