fbpx

(Video) Dhoni Finish In Style… ଦିଲ୍ଲୀ ବିପକ୍ଷରେ ଫେରିଲେ ଫେରିଲେ ଭିଣ୍ଟେଜ ମାହି: ମନେ ପଡ଼ିଲା ପ୍ରଥମ ଶତକ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଚଳିତ ସିଜନର ପ୍ରଥମ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗସ । ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ବିସ୍ଫୋରକ ଇନିଂସ ପରେ ମଧ୍ୟ ଚେନ୍ନାଇ ଏହି ମ୍ୟାଚରେ ୨୦ ରନରେ ପରାସ୍ତ ହୋଇଛି । ଦଳ ପରାସ୍ତ ହୋଇଥିଲେ ମଧ୍ୟ ମ୍ୟାଚରେ ଖୁବ ଚର୍ଚ୍ଚାରେ ରହିଛି ମାହିଙ୍କ ସୁପର ଇନିଂସ । ଭାଇଜାଗରେ ପୁଣିଥରେ ୨୦୦୫ ମସିହାର ଭିଣ୍ଟେଜ ମାହିଙ୍କୁ ଦେଖିବାକୁ ମିଳିଛି । ଏହି ୧୬ ବଲରୁ ୩୭ ରନରେ ମାହି ୪ଟି ଚୌକା ଏବଂ ୩ଟି ଛକା ମାରିଛନ୍ତି ମାହି । ଏହାସହିତ ସେ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିଛନ୍ତି । ଟି-୨୦ କ୍ରିକେଟରେ ଶେଷ ୨ (୧୯ ଏବଂ ୨୦)ଓଭରରେ ଛକା ମାରିବାରେ ଏକ ସ୍ପେଶାଲ ଶତକ ହାସଲ କରିଛନ୍ତି । ଏହାସହିତ ଧୋନୀ ଆଇପିଏଲରେ ମୋଟ ୨୪୨ଟି ଛକା ପୂରଣ କରିଛନ୍ତି । ଏହି ତାଲିକାରେ ଆରସିବିର ପୂର୍ବତନ ଅଦିନାୟକ ବିରାଟ କୋହଲିଙ୍କୁ ସେ ପଛରେ ପକାଇଛନ୍ତି ।

ଦିଲ୍ଲୀ ବିପକ୍ଷରେ ବିଜୟ ପାଇଁ ୨୩ ବଲରୁ ୭୨ ରନ୍ ଆବଶ୍ୟକ ଥିବା ବେଳେ ମଇଦାନକୁ ଆସିଥିଲେ ଚେନ୍ନାଇର ପୂର୍ବତନ ଅଧିନାୟକ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର ଏମ.ଏସ ଧୋନୀ । ୩୦୭ ଦିନ ପରେ ମଇଦାନକୁ ଓହ୍ଲାଇଥିବା ବେଳ ପ୍ରଥମ ବଲରେ ହିଁ ମୁକେଶ କୁମାରଙ୍କ ବଲରେ ଚୌକା ସହ ଇନିଂସ ଆରମ୍ଭ କରିଥିଲେ । ଏହାପରେ ଓଭରର ଶେଷ ବଲରେ ମଧ୍ୟ କଭର ଉପରେ ଏକ ଦମଦାର ଚୌକା ମାରି ଫିନିସରର ରୂପ ଦେଖାଇଥିଲେ । ତେବେ ମୁକେଶଙ୍କ ଓଭରରେ ସେ ନିଜର ଟ୍ରେଲର ଦେଖାଇଥିଲେ । ୧୮ତମ ଓଭର ନେଇ ଆସିଥିବା ଖଲିଲ ଅହମଦଙ୍କ ପଞ୍ଚମ ବଲରେ ଫିଲ୍ମ ଆରମ୍ଭ କରିଥିଲେ ଭିଣ୍ଟେଜ ମାହି । ଏହି ବଲରେ ଛକା ମାରି ସେ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରି ଦେଇଥିଲେ । ୨୦୨୪ ସିଜନରେ ପ୍ରଥମ ଥର ବ୍ୟାଟିଂ କରିବାକୁ ଆସି ଏଭଳି ପାଳି ଖେଳିବା ସମସ୍ତଙ୍କ ମନରେ ଖୁସି ଭରି ଦେଇଥିଲା । ଚେନ୍ନାଇର ବିଜୟ ଆଶା ପୁଣିଥରେ ଜୀବିତ ହୋଇଥିଲା ।

ତେବେ ଶେଷ ଓଭରରେ ଚେନ୍ନାଇକୁ ୪୧ ରନ୍ ବିଜୟ ଲକ୍ଷ୍ୟ ଥିବା ବେଳେ ମ୍ୟାଚ ଜିତିବା ଅସମ୍ଭବ ହୋଇ ପଡ଼ିଥିଲା । କିନ୍ତୁ ଚେନ୍ନାଇ ଫ୍ୟାନ୍ସ ମାହିଙ୍କ ବ୍ୟାଟିଂକୁ ଉପଭୋଗ କରୁଥିଲେ । ଶେଷ ଓଭର ନେଇ ଆସିଥିବା ଏନରିକ ନୋକିଆଙ୍କୁ ଟାର୍ଗେଟ କରି ଫନିସିଙ୍ଗ ଷ୍ଟାଇଲ ଦେଖାଇଛନ୍ତି ମାହି । ଶେଷ ଓଭରର ପ୍ରଥମ ବଲରେ ଚୌକା ମାରିଥିବା ବେଳେ ଦ୍ୱିତୀୟ ବଲରେ ଧୋନୀ ଏକ ବିଶାଳ ଛକା ମାରିଥିଲେ । ତେବେ ଓଭରର ଚତୁର୍ଥ ବଲରେ ଆଉ ଏକ ଚୌକା ମାରିବା ସହ ଶେଷ ବଲରେ ଛକା ମାରି ବେଷ୍ଟ ଫିନିସରରଅର୍ତ ବୁଝାଇ ଦେଇଛନ୍ତି । ଏହି ଓଭରରୁ ସେ ମୋଟ ୨୦ ରନ୍ ସଂଗ୍ରହ କରି ନିଜର ଭିଣ୍ଟେଜ ରୂପ ଦେଖାଇଛନ୍ତି ।

ଏହି ମ୍ୟାଚରେ ଧୋନୀଙ୍କ ବିସ୍ଫୋରକ ଇନିଂସ ଫ୍ୟାନ୍ସମାନଙ୍କୁ ୨୦୦୫ ପାକିସ୍ତାନ ବିପକ୍ଷ ଇନିଂସ ମନେ ପକାଇ ଦେଇଛନ୍ତି । ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଧୋନୀ ଏହି ଇନିଂସରେ ୧୫ଟି ଚୌକା ଏବଂ ୪ଟି ଛକା ସହ ୧୨୩ ବଲରୁ ୧୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଏହାପରେ ପୁଣିଥରେ ଧୋନୀଙ୍କୁ ଲମ୍ବା ଚୁଟି ଏବଂ ଏଭଳି ବିସ୍ଫୋରକ ଇନିଂସ ବଳରେ ଭିଣ୍ଟେଜ ଲୁକରେ ଦେଖିବାକୁ ପାଇଛନ୍ତି ଫ୍ୟାନ୍ସ ।

Get real time updates directly on you device, subscribe now.