fbpx
BJD SKY
BJD SKY

NIAର ନୂତନ ପ୍ରମୁଖ ହେଲେ ସଦାନନ୍ଦ ବସନ୍ତ, ୨୬/୧୧ ଆକ୍ରମଣ ସମୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

BJD

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(NIA)ର ନୂତନ ପ୍ରମୁଖ ଭାବେ ଦାୟିତ୍ୱ ଗ୍ରହଣ କଲେ ସଦାନନ୍ଦ ବସନ୍ତ ଦାତେ । ଏନେଇ NIA ଏହାର ସରକାରୀ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି । ରବିବାର ଦିନକର ଗୁପ୍ତା ଅବସର ଗ୍ରହଣ କରିବା ପରେ ସଦାନନ୍ଦ ବସନ୍ତ NIAର ନୂତନ ପ୍ରମୁଖ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ଏହା ପୂର୍ବରୁ ସେ ମହାରାଷ୍ଟ୍ରର Anti-Terrorism Squad(ATS)ର ପ୍ରମୁଖ ଭାବରେ କାର୍ଯ୍ୟରତ ଥିଲେ । କହିରଖୁଛୁ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

NIAର ନୂତନ ପ୍ରମୁଖ ଭାବେ ଦୟିତ୍ୱ ଗ୍ରହଣ କରିଥିବା ସଦାନନ୍ଦ ୧୯୯୦ ବ୍ୟାଚ୍ ଭାରତୀୟ ପୋଲିସ ସେବା(IPS) ମହାରାଷ୍ଟ୍ର କ୍ୟାଡେରର ଅଧିକାରୀ ଥିଲେ । ଏନଆଇଏ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିବୃତ୍ତିରୁ ପ୍ରକାଶ ଯେ ସେ ମୀରା ଭୟନ୍ଦର ବସଇ- ବିରାରର ପୋଲିସ କମିଶନର, ଯୁଗ୍ମ କମିଶନର(Law & Order) ଏବଂ ଯୁଗ୍ମ କମିଶନର ଅପରାଧ ଶାଖା, ମୁମ୍ବାଇ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ଥିଲେ । ଏହା ସହ ସଦାନନ୍ଦ ଦୁଇ ଥର କେନ୍ଦ୍ର ସରକାରଙ୍କ ପାଇଁ ସେବା ପ୍ରଦାନ କରିଛନ୍ତି । ସେ ସିବିଆଇରେ ଉପ ନିରୀକ୍ଷକ ଏବଂ ସିଆରପିଏଫରେ ମହାନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୮ ମୁମ୍ବାଇ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବାରୁ ତାଙ୍କୁ ସେହି ବର୍ଷ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଥିଲା । ୨୦୦୭ରେ Meritoroius ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ୨୦୧୪ରେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.