fbpx

(video)‘ତେଲି ଘର ପୁଅ କିପରି କଲେ ରାମ ମନ୍ଦିର ଉଦ୍‌ଘାଟନ..’, ମୋଦୀଙ୍କୁ ନେଇ ଟିଏମ୍‌ସି ନେତାଙ୍କ ଏପରି ବୟାନ ହେଉଛି ଭାଇରାଲ୍‌

କୋଲକାତା:ଲୋକସଭା ନିର୍ବାଚନ ତାରିଖ ନିକଟତର ହେବା ସହିତ ନେତାଙ୍କ ବିବାଦୀୟ ବୟାନ ବଢିବାରେ ଲାଗିଛି । ତେବେ ନିର୍ବାଚନଚ କମିଶନ ଏପରି ମର୍ଯ୍ୟାଦା ହାନୀ କରୁଥିବା ବୟାନ ଉପରେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । କିନ୍ତୁ ନେତାଙ୍କ ଉପରେ ଏହାର ସେପରି କିଛି ବିଶେଷ ପ୍ରଭାବ ପଡୁଥିବାର ଦେଖାଯାଉନାହିଁ । ପଶ୍ଚିମବଙ୍ଗରେ କ୍ଷମତାଧାରୀ ତୃଣମୂଳ କଂଗ୍ରେସ ନେତା ପୀୟୁଷ ପାଣ୍ଡା ଏହାର ତାଜା ଉଦାହରଣ ପାଲଟିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ।

ପୀୟୁଷଙ୍କ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ୍ ହେଉଛି । ଏଥିରେ ସେ କୁହାଯିବାର ଶୁଣାଯାଉଛି କି, ଜଣେ ତେଲି ପୁଅ ରାମ ମନ୍ଦିରରର ଉଦଘାଟନ ଓ ପୂଜା କିପରି କରିପାରିବ । ନରେନ୍ଦ୍ର ମୋଦୀ ଅଧୁରା ରାମ ମନ୍ଦିରର ଉଦଘାଟନ କରି ଈଶ୍ୱର ନିିନ୍ଦା କରିଛନ୍ତିି ବୋଲି ସେ କହିଛନ୍ତି । ସେ କହିଛନ୍ତି ଏହା ମୁଁ ନୁହେଁ ବରଂ ଶଙ୍କରାଚାର୍ଯ୍ୟ କହିଛନ୍ତି । ମୋଦୀଙ୍କୁ ସେ ଅହଂକାରୀ କହିଛନ୍ତି । ସେ ତେଲି ସମୁଦାୟରୁ ଆସିଛନ୍ତି ଓ ସେ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ ନ କରି ନିଜେ ମନ୍ଦିର ଉଦଘାଟନ କରିଛନ୍ତି ।

ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ପୀୟୁଷଙ୍କ ଏହି ଭିଡିଓ ସେୟାର କରି ନିର୍ବାଚନ କମିଶନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଶୁଭେନ୍ଦୁ ଅଧିକାରୀ ଟିଏମସି ଉପରେ ଓବିସି ଉପରେ ଅପମାନ କରାଯାଇଥିବାର ଅଭିଯୋଗ ଲଗାଇ କହିଛନ୍ତି, ମୁଁ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଅଧ୍ୟକ୍ଷ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀରଜୀଙ୍କୁ ନିବେଦନ କରୁଛି କି ସେ ଓବିସି ସମାଜ ଉପରେ ହେଉଥିବା ଆକ୍ରମଣ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ । ଆଚାର ସଂହିତା ଉଲଙ୍ଘନକୁ ନେଇ ଏହି ନେତାଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଉପରେ ପ୍ରତିବନ୍ଧ ଲଗାଯାଉ ବୋଲି ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରିଛନ୍ତି ।

Get real time updates directly on you device, subscribe now.