fbpx
BJD SKY
BJD SKY

କାରରେ ରଖନ୍ତୁ ଏହି ଶୁଭ ଜିନିଷ, ଦୂର ହୋଇଥାଏ ସମସ୍ତ ସଙ୍କଟ

BJD

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ନିଜ କାର ଅଛି । ତେବେ ସେମାନେ କାର କିଣିବା ପୂର୍ବରୁ ନିଜ ପସନ୍ଦର ରଙ୍ଗ, ଡିଜାଇନ୍ ଭଳି ଆଦି ଫିଚର ଦେଖି କାର ଚୟନ କରିଥାନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ କାରରେ କିଛି ବିଶେଷ ଜିନିଷ ରଖିବା ଶୁଭ ହୋଇଥାଏ ଏବଂ ସବୁ ଜିନିଷ ବ୍ୟବସ୍ଥିତ ରଖିବା ଉଚିତ । ଏହା ଦ୍ୱାରା କାରରେ ଥିବା ବ୍ୟକ୍ତି ସମସ୍ତ ସଙ୍କଟରୁ ଦୂରେଇଥାଏ । ନିଜକୁ ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରଖିବା ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିବା କାରରେ କେଉଁ ଜିନିଷ ରଖିବା ଶୁଭ ଅଟେ ।

୧. ଭଗବାନଙ୍କ ମୂର୍ତ୍ତି: ବାସ୍ତୁଶାସ୍ତ୍ର ଆନୁଯାୟୀ କାରରେ ଭଗବାନ ଗଣେଶଙ୍କ ଛୋଟ ମୂର୍ତ୍ତି/ଫଟୋ ରଖିବା ଶୁଭ ହୋଇଥାଏ । ଶ୍ରୀ ଗଣେଶଙ୍କ ସମ୍ପର୍କ କେତୁଙ୍କ ସହ ଜଡ଼ିତ । ତେଣୁ କାରରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି/ ଫଟୋ ରଖିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ସଂକଟ ହରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେହିପରି କାରରେ ଉଡ଼ୁଥିବା ହୁନୁମାନଙ୍କ ଫଟୋ/ମୂର୍ତ୍ତି ଲଗାଇବା ଶୁଭ ଅଟେ । ହନୁମାନ ହେଉଛନ୍ତି ନିର୍ଭୟ ଏବଂ ଶକ୍ତିର ପ୍ରତୀକ । ଏହା ଆମକୁ ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରଖିଥାଏ । ଆପଣ ଯେଉଁ ଠାକୁର ଉପରେ ବିଶ୍ୱାସ କରୁଛନ୍ତି ତାଙ୍କ ମୂର୍ତ୍ତି କିମ୍ବା ଫଟୋ ମଧ୍ୟ ରଖିପାରିବେ ।

୨. କଳା କଛିମ: ବାସ୍ତୁ ଶାସ୍ତ୍ର ଅନୁଯାୟୀ କାରରେ କଳା ରଙ୍ଗର ଛୋଟ କଛିମ ରଖିବା ଶୁଭଙ୍କର ଅଟେ । ଏହା ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ ।

୩. ଚୀନ୍ ମୁଦ୍ରା: କାରରେ ସ୍ୱର୍ଣ୍ଣ ରଂଗର ଚୀନ ମୁଦ୍ରା ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

୪. ପ୍ରାକୃତିକ ପଥର: କାରର ଡ୍ୟାଶବୋର୍ଡରେ ପ୍ରକୃତିକ ପଥର କିମ୍ବା କ୍ରିଷ୍ଟାଲ ରଖିବା ଶୁଭ ଅଟେ । ଏହା ପୃଥିବୀ ସହ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିଥାଏ ଏବଂ ଗାଡ଼ିକୁ ସର୍ବଦା ସୁରକ୍ଷିତ ରଖିଥାଏ ।

୫. ତିବ୍ବତୀୟ ପତାକା: ସମୃଦ୍ଧିର ପ୍ରତୀକ ଅଟେ ତିବ୍ବତୀୟ ପତାକା । ଦେଖିବାକୁ ସୁନ୍ଦର ଲାଗୁଥିବା ଏହି ତିବ୍ବତୀୟ ପତାକାକୁ କାରରେ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଆପଣ ଗାଡ଼ି ଚଲାଇବା ସମୟରେ ସବୁବେଳେ ଖୁସି ରହିଥାନ୍ତି ।

Get real time updates directly on you device, subscribe now.