fbpx

ଧୋନୀଙ୍କୁ ମିଳିଲା ଆଇସିସିର ବଡ ପୁରସ୍କାର

ନୂଆଦିଲ୍ଲୀ,୨୮ ।୧୨: ଆଇସିସି ଦଶନ୍ଧିର ସ୍ପିରିଟ୍ ଅଫ୍ କ୍ରିକେଟର ହୋଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ସେହିପରି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ହୋଇଛନ୍ତି ବିରାଟ କୋହଲି । କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଓଡିଆଇ କ୍ରିକେଟର ପୁରସ୍କାର ସହ ସାର ଗ୍ୟାରୀ ସୋବର୍ସ ଆୱାର୍ଡ ଦିଆଯାଇଛି ।

ଅନ୍ୟପଟେ ରସିଦ ଖାନଙ୍କୁ ଦଶନ୍ଧିର ଆଇସିସି ପୁରୁଷ ଟି୨୦ଆଇ ପ୍ଲେୟାର ଆୱାର୍ଡ ଦିଆଯାଇଛି । ଷ୍ଟିଭ ସ୍ମିଥଙ୍କୁ ଦଶନ୍ଧିର ଆଇସିସି ପୁରୁଷ ଟେଷ୍ଟ ପ୍ଳେୟାର ପୁରସ୍କାର ଦିଆଯାଇଛି ।

Get real time updates directly on you device, subscribe now.