fbpx

MS Dhoni ଏହି କମ୍ପାନୀରେ ଲଗାଇଲେ ଟଙ୍କା: କହିଲେ ‘ଚିକେନ ବହୁତ ପସନ୍ଦ…’ କାହିଁକି ?

ନୂଆଦିଲ୍ଲୀ: ଆଉ ଏକ ନୂଆ କମ୍ପାନୀରେ ସହ ଏବେ ଯୋଡି ହୋଇଛନ୍ତି ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ଏମ.ଏସ ଧୋନୀ । ଆଉ ଏକ କମ୍ପାନୀରେ ଟଙ୍କା ନିବେଶ କରିଛନ୍ତି କ୍ୟାପଟେନ କୁଲ । ଯାହାକୁ ନେଇ ସେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଲିବରେଟ ଫୁଡସ ନାମକ ପ୍ଲାଣ୍ଟ ପ୍ରୋଟିନ ଷ୍ଟାର୍ଟ ଅପ ଶାକା ହାରୀ ଚଳାଉଥିବା ଏକ କମ୍ପାନୀରେ ନିବେଶ କରିଛନ୍ତି ଧୋନୀ । ଏହା ଏକ ପ୍ଲାଣ୍ଟ ବେସଡ ମାଂସର ବ୍ରାଣ୍ଡ, ଯାହାର ବିଭିନ୍ନ ପ୍ରଡକ୍ଟ ପ୍ରାୟ ୧୦ଟି ମାର୍କେଟରେ ଉପଲବ୍ଧ ରହିଛି । କମ୍ପାନୀ ତରଫରୁ ବେଙ୍ଗଲୁରୁରେ ଏକ ଇଭେଣ୍ଟ ସମୟରେ ଏ ନେଇ ଘୋଷଣା ହୋଇଛି ।

ତେବେ କମ୍ପାନୀର ଇନଭେଷ୍ଟର ସହ ଧୋନୀ ହେଉଛନ୍ତି ଏହାର ବ୍ରାଣ୍ଡ ଆମ୍ବାସଡର । ଏହି କମ୍ପାନୀରେ ଧୋନୀ ଟଙ୍କା ନିବେଶ କରିଛନ୍ତି ବୋଲି ଘୋଷଣା ହୋଇଥିଲେ ବି କେତେ ଟଭ୍କା ନିବେଶ କରିଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ । ଶାକା ହାରୀକୁ ଆନନ୍ଦ ନାଗରାଜନ, ସନ୍ଦୀପ ଦେବଗନ, ହେମଲତା ଶ୍ରୀନିବାସନ, ଋଥ ରେନିତା ଏବଂ ଅନୁପ ହରିଦାସନ ଦ୍ୱାରା ସ୍ଥାପିତ କରାଯାଇଥିଲା । ତେବେ ଧୋନୀ ଏହି କମ୍ପାନୀ ସହ ଯୋଡି ହେବା ଦ୍ୱାରା ଲୋକଙ୍କ ମନରେ ଏହାକୁ ନେଇ ଅଧିକ ସଚେତନତା ସୃଷ୍ଟ ହେବ ବୋଲି କହିଛନ୍ତି ସନ୍ଦୀପ । ଧୋନୀ ଏହି ସମୟରେ ନିଜ ପସନ୍ଦ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ମୋତେ ଚିକେନ ଖାଇବାକୁ ଖୁବ ପସନ୍ଦ, କିନ୍ତୁ ଏବେ ସନ୍ତୁଳିତ ଖାଦ୍ୟ ବେଶୀ ପସନ୍ଦ କରୁଛି । ଯାହା ଶାକାହାରୀର ପ୍ରଡକ୍ଟସ ଜରିଆରେ ଖୁବ ସହଜ ହୋଇପାରିଛି ।

ତେବେ ବର୍ତ୍ତମାନ ୧୦ଟି ସହରରେ ମୋଟ ୩୦ ହଜାର ଗ୍ରାହକଙ୍କୁ ସେବା ଯୋଗାଉଥିବା ଏହି କମ୍ପାନୀ ଆଗାମୀ ଦିନରେ ଏହାକୁ ୩ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଧୋନୀଙ୍କ ଉପସ୍ତିତି ଏହି ଲକ୍ଷ୍ୟକୁ ଆହୁରି ସହଜ କରିଦେବ ବୋଲି କହିଛନ୍ତି କମ୍ପାନୀର କୋ-ଫାଉଣ୍ଡର ଆନନ୍ଦ ନାଗରାଜନ । ସେପଟେ ଏମ.ଏସ ଧୋନୀ ଏହି କମ୍ପାନୀ ବ୍ୟତୀତ ଅନ୍ୟ କମ୍ପାନୀ ଗୁଡିକରେ ମଧ୍ୟ ନିବେଶ କରିଥିବା ଦେଖାଯାଇଛି ।

Get real time updates directly on you device, subscribe now.