fbpx
BJD SKY
BJD SKY

ପିଏନବି ଗ୍ରାହକଙ୍କ ପାଇଁ ଖୁସିଖବର: ବ୍ୟାଙ୍କ ମାଗଣାରେ ଦେଉଛି ୮ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି?

BJD

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ବଡ଼ ଫାଇଦା ଦେଉଛି । ଯଦି ଆପଣ ମଧ୍ୟ ପିଏନବି ବ୍ୟାଙ୍କର ଗ୍ରାହକ, ତେବେ ଜରୁରୀକାଳୀନ ପରିସ୍ଥିତିରେ ଆପଣଙ୍କୁ ଟଙ୍କାକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ବ୍ୟାଙ୍କ ଆପଣଙ୍କ ପାଇଁ ଏକ ଖାସ୍ ସୁବିଧା ଆଣିଛି । ବର୍ତ୍ତମାନ ବ୍ୟାଙ୍କ ଗ୍ରାହକଙ୍କୁ ସହଜରେ ୮ ଲକ୍ଷ ଟଙ୍କାର ସୁବିଧା ପ୍ରଦାନ କରୁଛି । ଯଦି ଆପଣଙ୍କୁ ମଧ୍ୟ ଟଙ୍କା ଆବଶ୍ୟକ ପଡୁଛି, ତେବେ ଆପଣ ଏହି ସ୍ୱତନ୍ତ୍ର ସୁବିଧା ଅନ୍ତର୍ଗତ ବ୍ୟାଙ୍କରୁ ଟଙ୍କା ନେଇପାରିବେ । ଏହାର ଫାଇଦା କିପରି ଉଠାଇବେ, ଆସନ୍ତୁ ଜାଣିବା …

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ନିଜ ଗ୍ରାହକଙ୍କୁ ଇନଷ୍ଟା ଲୋନ୍ ମାଧ୍ୟମରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରୁଛି । ଯଦି ଆପଣ ମଧ୍ୟ ଏହି ସୁବିଧା ଅଧୀନରେ ଏକ ବ୍ୟକ୍ତିଗତ ଲୋନ୍ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର କରିବାକୁ ପଡିବ । ଏହା ପରେ ଆପଣ ଏହି ଲୋନକୁ ସହଜରେ ପାଇପାରିବେ । ବ୍ୟାଙ୍କ ମଧ୍ୟ ଟ୍ୱିଟ୍ କରି ଏହାର ପ୍ରୋସେସ୍ ବିଷୟରେ ସୂଚନା ଦେଇଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ୱିଟ କରି କହିଛି ଯେ, ଏବେ ବ୍ୟାଙ୍କରୁ ଲୋନ୍ ନେବା ଖାଦ୍ୟ ଅର୍ଡର କରିବା ଭଳି ସହଜ । ଯଦି ଆପଣ କମ୍ ସୁଧ ହାର ସହିତ ପର୍ସନାଲ ଲୋନ୍ ଖୋଜୁଛନ୍ତି, ତେବେ ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଇନଷ୍ଟା ଲୋନ୍ ପାଇଁ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ tinyurl.com/t3u6dcnd ଲିଙ୍କରେ କ୍ଲିକ୍ କରି ୱେବସାଇଟ୍ ଭିଜିଟ୍ କରିପାରିବେ ।

କିଏ କିଏ ଏହାର ଫାଇଦା ନେଇପାରିବ ?
-ପିଏନବିର ଲାଭ ଉଠାଇବାକୁ ଗ୍ରାହକ ଏକ କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ପିଏସୟୁ କର୍ମଚାରୀ ହେବା ଉଚିତ୍ ।
-ଏହି ଲୋନ୍ କିଛି ମିନିଟ୍ ମଧ୍ୟରେ ପ୍ରଦାନ କରାଯାଇଥାଏ ।
-ଏହି ଲେନ୍ର ସୁବିଧା ୨୪ * ୭ ଉପଲବ୍ଧ ।
-ଏହା ଅଧୀନରେ ଗ୍ରାହକମାନଙ୍କୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିଥାଏ ।
-ଏଥିରେ ପ୍ରୋସେସିଂ ଫିସ୍ ଶୂନ୍ ।

Get real time updates directly on you device, subscribe now.